ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଆଫଗାନିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ଥିବା ଆକଳନ ହୋଇଛି । ମଙ୍ଗଳବାର ମଧ୍ୟରାତ୍ରୀ ୧୨.୫୨ ମିନିଟରେ ଆଫଗାନିସ୍ତାନର କାବୁଲରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ଭୂକମ୍ପର ଗଭୀରତା ୧୮୦ କିଲୋମିଟର ରହିଥିବା ସୂଚନା ମିଳିଛି। ଏହାର ଅକ୍ଷାଂଶ ୩୪.୨ ରହିଥିବାବେଳେ ଦ୍ରାଘିମା ୬୭.୯୩ ରହିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।