ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗତ ୨୦୧୯ରୁ ୨୦୨୧ ମଧ୍ୟରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ମନ୍ତ୍ରୀ କହିଛନ୍ତି ଯେ ୨୦୧୯, ୨୦୨୦, ୨୦୨୧ ଏହି ଗତ ୩ ବର୍ଷ ମଧ୍ୟରେ ଭାରତୀୟ ନାଗରିକତ୍ୱ ଛାଡିଥିବା ଭାରତୀୟଙ୍କ ସଂଖ୍ୟା ଯଥାକ୍ରମେ ୧,୪୪,୦୧୭, ୮୫,୨୫୬, ଏବଂ ୧,୬୩,୩୭୦ ରହିଛି।ଅର୍ଥାତ୍‌ ଏହି ତିନି ବର୍ଷରେ ସମୁଦାୟ ୩,୯୨,୬୪୩ ଜଣ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି।