ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଇସ୍ତଫା ପରେ ସିବିଆଇ ସ୍କାନରରେ ନରିନ୍ଦର ବାତ୍ରା । ଆଇଓଏ, ହକି ଇଣ୍ଡିଆ ଓ ନରିନ୍ଦର ବାତ୍ରାଙ୍କ ବାସଭବନରେ ସିବିଆଇ ଚଢାଉ କରିଛି । ବାତ୍ରା ହକି ଇଣ୍ଡିଆର ୩୫ ଲକ୍ଷ ଟଙ୍କା ବ୍ୟକ୍ତିଗତ କାର୍ଯ୍ୟରେ ଖର୍ଚ୍ଚ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ।
ନରିନ୍ଦର ବାତ୍ରା ଗତକାଲି ତିନିଟି ପଦରୁ ଇସ୍ତଫା ଦେଇଛନ୍ତି । ଆନ୍ତର୍ଜାତିକ ହକି ମହାସଂଘ, ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ଓ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟିର ସଦସ୍ୟ ଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି ।





