ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୋନିଆ ଗାନ୍ଧୀଙ୍କୁ ଇଡିର ସମନ ପ୍ରସଙ୍ଗ ନେଇ ରାଜ୍ୟ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। କଂଗ୍ରେସ ଭବନରୁ ଇଡି ଅଫିସ ଅଭିମୁଖେ କଂଗ୍ରେସର ବିରାଟ ରାଲି ବାହାରିଥିବା ଦେଖିବାକୁ ମିଳିଛି ।କେବଳ ରାଜ୍ୟ ନୁହେଁ ସୋନିଆ ଗାନ୍ଧୀଙ୍କୁ ଇଡି ସମନ ନେଇ ଦେଶବ୍ୟାପୀ କଂଗ୍ରେସର ବିକ୍ଷୋଭ ଦେଖିବାକୁ ମିଳିଛି । ରାଜ୍ୟନୈତିକ ଉଦେଶ୍ୟ ରଖି ସୋନିଆ ଗାନ୍ଧୀଙ୍କୁ ଇଡି ସମନ କରଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ସୋନିଆ ଗାନ୍ଧିଙ୍କୁ ବିଜେପି ସରକାର ଜାଣିସୁଣି ହଇରାଣ କରୁଛି । ପ୍ରତିଶୋଧ ପରାୟଣ ହୋଇ କେନ୍ଦ୍ର ସରକାର ଏଭଳି କରୁଛନ୍ତି। ଆମେ ଏହାକୁ କେବେ ବି ବରଦାସ୍ତ କରିବୁ ନାହିଁ । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଆଜି ଆନ୍ଦୋଳନକୁ ଓହ୍ଲାଇଛି । କଂଗ୍ରେସ ଭବନରୁ ଏକ ବିଶାଳ ରାଲି ବାହାରି ଭୁବନେଶ୍ୱର ଇଡି ଅଫିସ ଘେରାଓ କରିବାର ଯୋଜନା ରହିଛି ।