ମାଓବାଦୀଙ୍କ ବର୍ବରକାଣ୍ଡ; ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ପିଟି ପିଟି ହତ୍ୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଓବାଦୀଙ୍କ ବର୍ବରକାଣ୍ଡ । ଜଣକୁ ପିଟିପିଟି ହତ୍ୟା କରିଛନ୍ତି ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ପାଲୋମପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ତେବେ ପୋଲିସ ଇନଫର୍ମର ସନ୍ଦେହ କରି ନିରୀହ ଆଦିବାସି ଯୁବକଙ୍କୁ ହତ୍ୟା କରିବା ସହ ଘରେ ଥିବା ପିକଅପ୍‌ ଭ୍ୟାନ ମଧ୍ୟ ପୋଡିଦେଇଛନ୍ତି ମାଓବାଦୀ । ମୃତକ ସେହି ଗାଁର ମାଡ଼କମ ଯୋଗୀ ।ଘଟଣା ସ୍ଥଳରେ ମାଓ ପୋଷ୍ଟର ଛାଡି ଯାଇଛନ୍ତି ମାଓବାଦୀ। କଣ୍ଟା ଏରିଆ କମ୍ମିଟି ମାଓ ସଙ୍ଗଠନ ଏହି ଘଟଣାକୁ ଘଟାଇଥିବା ପୋଷ୍ଟରରେ ଉଲ୍ଲେଖ ରହିଛି ।

Related Posts