ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରଧାନମନ୍ତ୍ରୀଙ୍କ ପ୍ରୟୋଗସାଳାର ନୂଆ ପ୍ରୟୋଗ ଦ୍ଵାରା ଦେଶର ସୁରକ୍ଷା ଓ ଯୁବକ ମାନଙ୍କ ଭବିଷ୍ୟତ ସଙ୍କଟରେ ଅଛି କିଛି ଏଭଳି କହି ସରକାରଙ୍କ ଅଗ୍ନୀପଥ ଯୋଜନାକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ। ରାହୁଲ ଆହୁରି କହିଛନ୍ତି ଦେଶରେ ପ୍ରତିବର୍ଷ ୬୦,୦୦୦ ସୈନିକ ଅବସର ନେଉଛନ୍ତି। ସେମାନଙ୍କ ମଧ୍ୟରୁ କେବଳ ୩୦୦୦ ଙ୍କୁ ସରକାରୀ ଚାକିରି ଦିଆ ଯାଉଛି। ତେବେ ଅଗ୍ନୀପଥ ଯୋଜନାରେ ୪ବର୍ଷର ଠିକା ନିଯୁକ୍ତି ପରେ ଅବସର ନେବାକୁ ଥିବା ଯୁବକ ମାନଙ୍କର ଭବିଷ୍ୟତ କଣ ହେବ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରୟୋଗସାଳାରେ ଅଗ୍ନୀପଥର ନୂଆ ପ୍ରୟୋଗ କରି ଦେଶର ସୁରକ୍ଷା ଓ ଯୁବକ ମାନଙ୍କ ଭବିଷ୍ୟତ ସଙ୍କଟ ମଧ୍ୟକୁ ଠେଲି ଦେଇଛନ୍ତି। ତେବେ ଅଗ୍ନୀପଥ ଯୋଜନାକୁ ନେଇ ରାହୁଲ ଟୁଇଟ କରି ପ୍ରଧାନମନ୍ତ୍ରୀଙ୍କୁ ଏଭଳି ସମାଲୋଚନା କରିଛନ୍ତି।

ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ଵାରା ଭାରତୀୟ ସେନାରେ ୪ବର୍ଷ ପାଇଁ ଅଗ୍ନୀପଥ ଯୋଜନାରେ ଯୁବକ ମାନଙ୍କୁ ନିଯୁକ୍ତି ଦେବାକୁ ଘୋଷଣା ହେବା ପରେ । ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳର ନେତା ମାନେ ଏହି ଯୋଜନାକୁ ଲଗାତାର ଭାବରେ ସମାଲୋଚନା କରି ଆସୁଛନ୍ତି