ଭୁବନେଶ୍ବର : ମୌସୁମୀ ପ୍ରଭାବରେ ଲାଗି ରହିଥିବା ଲଗାଣ ବର୍ଷାରୁ ମିଳିଛି ତ୍ରାହି । ରାଜ୍ୟରେ ଏବେ ଦୁର୍ବଳ ରହିଛି ମୌସୁମୀ ସ୍ଥିତି । ଫଳରେ ଏହା ପ୍ରଭାବରେ ଦିନରେ ତାପମାତ୍ରା ବଢୁଛି । ଏହାସହ କେତେକ ଅଞ୍ଚଳରେ ଘଡଘଡି ସହ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସେପଟେ ଆସନ୍ତା ୩ ଦିନ ରାଜ୍ୟର କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୩୦ ତାରିଖ ଯାଏଁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ ଏଭଳି ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।
ବୁଧବାର ଫୁଲବାଣୀ ଓ ବାରିପଦାକୁ ଛାଡ଼ି ରାଜ୍ୟର ଅନ୍ୟ କେଉଁଠି ଆଦୌ ବର୍ଷା ହୋଇନି । ଫୁଲବାଣୀରେ ମାତ୍ର ୭.୨ ମି.ମି., ପାରଳାଖେମୁଣ୍ଡିରେ ୨.୪ମି.ମି. ଓ ବାରିପଦାରେ ୧.୮ ମି.ମି. ବର୍ଷା ରେକର୍ଡ ହୋଇଛି ।





