ଦୁଇ ନିଶା ବେପାରୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ

ଭୁବନେଶ୍ୱର : ନିଶା ବେପାରୀଙ୍କ ଉପରେ ଏସଟିଏଫ ର ଛାଟ । ନିଶା ବେପାର କରି ଅର୍ଜିତ କରିଥିବା ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ । ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ ।

ତେବେ ଜବତ ହୋଇଥିବା ସମ୍ପତ୍ତି ଭିତରେ ରହିଛି ୫ ଟି କୋଠା , ୮ ଟି ଜମି , ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦୁଇଟି ଦାମୀ କାର ଓ ଲକରରୁ ମିଳିଥିବା ୫୯୫ ଗ୍ରାମ ସୁନା ଅଳଙ୍କାର ବାଜ୍ୟାପ୍ତି କରିଛି ଏସ ଟି ଏଫ । ଏହି ସମସ୍ତ ସମ୍ପତ୍ତି ନିଶା କାରବାରରୁ ଅର୍ଜିତ ଟଙ୍କାରୁ କିଣିଥିବା ଜଣା ପଡ଼ିଛି ।

୨୦୨୨ ଏପ୍ରିଲ ୨୯ରେ ଏମାନଙ୍କ ନିକଟରୁ ୧୦୬ କେଜି ଗଞ୍ଜେଇ ଓ ୫୧୭ ଗ୍ରାମ ଅଫିମ ଜବତ କରାଯାଇଥିଲା । ଏହାସହ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ । ଏବେ ଉଭୟଙ୍କ ସମ୍ପତିକୁ ବାଜ୍ୟାପ୍ତି ଘୋଷଣା କରିଛି ଏସଟିଏଫ ।

Related Posts