ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଧାନସଭା ଶୂନ୍ୟକାଳରେ ଉଠିଲା ଅସୁରକ୍ଷିତ ରତ୍ନ ଭଣ୍ଡାର ପ୍ରସଙ୍ଗ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କଲେ ସନ୍ତୋଷ ସିଂ ସାଲୁଜା । ରତ୍ନ ଭଣ୍ଡାର ସୁରକ୍ଷିତ ଅଛି କି ନାହିଁ ପ୍ରଶ୍ନ କଲେ ସନ୍ତୋଷ ସିଂ ସାଲୁଜା । ଏହାସହ ଗୃହରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ କରିବାକୁ ଦାବି କରିଛନ୍ତି । ଗୃହରେ ରିପୋର୍ଟ ଉପସ୍ଥାପନ କରିବାକୁ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ସାଲୁଜା ।୨୧ ବର୍ଷ ଧରି ରାଜ୍ୟ ସରକାର ୨୪ ଟି କମିଶନ ବସାଇଛନ୍ତି । ଏ ବାବଦରୁ ରାଜକୋଷରୁ କୋଟି କୋଟି ଟଙ୍କ। ଖର୍ଚ୍ଚ ହୋଇଛି । ମାତ୍ର ଆଜି ପର୍ଯ୍ୟନ୍ତ ୮ ଟି କମିଶନଙ୍କ ରିପୋର୍ଟ ଦାଖଲ ହୋଇନାହିଁ ବୋଲି କହିଛନ୍ତି ସାଲୁଜା । ତେବେ ରତ୍ନଭଣ୍ଡାର ପ୍ରସଙ୍ଗ ରାଜ୍ୟବାସୀ ଙ୍କ ଭାବାବେଗ ସହ ଜଡ଼ିତ ହୋଇଥିବାବେଳେ ସରକାର ଏହାକୁ ଅଣଦେଖା କରିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ସାଲୁଜା।
