ଜୟପୁର: ସମଗ୍ର ଦେଶ ପାଳନ କରୁଛି ୭୫ ତମ ସ୍ବାଧିନତା ଦିବସ । ତେବେ ଏହା ପୂର୍ବରୁ ସମଗ୍ର ଦେଶରେ ଆରମ୍ଭ ହୋଇଯାଇଛି ଅମୃତ ମହୋଷଭ । ଦେଶର ବୀର ସହିଦ ଯବାନ ଙ୍କ ଉଦ୍ଦେଶ୍ୟରେ ଘର୍ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଥଲା ବେଳେ, ରାଜସ୍ଥାନର ସ୍କୁଲ୍ ଛାତ୍ରଛାତ୍ରୀ ଦିଶ୍ଵ ରେକର୍ଡ କରିଛନ୍ତି । ପୂର୍ବାହ୍ନ ୧୦.୧୫ରୁ ୧୦.୪୫ ପର୍ଯ୍ୟନ୍ତ ରାଜ୍ୟରଉଭୟ ସରକାରୀ ଓ ବେସରକାରୀ ସ୍କୁଲ୍‌ର କୋଟିଏ ଛାତ୍ରଛାତ୍ରୀ ମିଳିତଭାବେ ଦେଶାତ୍ମବୋଧ ଗୀତ ବୋଲି ‘ବିଶ୍ବ ରେକର୍ଡ’ କରିଥିବା କଥା ଶୁକ୍ରବାର ଦିନ ରାଜସ୍ଥାନ ସରକାର କହିଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ରାଜ୍ୟ ଶିକ୍ଷାମନ୍ତ୍ରୀ ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀମାନଙ୍କ ଉପସ୍ଥିତିରେ ଜୟପୁରସ୍ଥିତ ‘ଏସ୍‌ଏମ୍‌ଏସ୍‌ ଷ୍ଟାଡିୟମ୍‌’ରେ ପ୍ରାୟ ୨୫,୦୦୦ରୁ ୩୦,୦୦୦ ଛାତ୍ରଛାତ୍ରୀ ଦେଶାତ୍ମବୋଧ ସଙ୍ଗୀତ ଗାନରେ ଅଂଶ ଗ୍ରହଣ କରିଥିଲେ।

‘ଆଜାଦୀ କା ଅମ୍ରିତ୍‌ ମହୋତ୍ସବ୍‌’ ଅବସରରେ ଚାଲିଥିବା ଅନେକ କାର୍ଯ୍ୟକ୍ରମ ମଧ୍ୟରୁ ଶିକ୍ଷା ଏବଂ କଳା ଓ ସଂସ୍କୃତି ବିଭାଗ ଆୟୋଜନ କରିଥିବା ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ସ୍କୁଲ୍‌ର ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଅଂଶ ଗ୍ରହଣ କରି ମିଳିତଭାବେ ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ।

ପିଲାମାନେ ଗାନ କରିଥିବା ଦେଶାତ୍ମବୋଧ ଗୀତଗୁଡ଼ିକ ମଧ୍ୟରେ ଥିଲା, ‘ବନ୍ଦେ ମାତରଂ’, ‘ଜନଗଣ ମନ’, ‘ସାରେ ଜହାଁ ସେ ଅଚ୍ଛା’ ଏବଂ ‘ହମ୍‌ ହୋଙ୍ଗେ କାମିୟାବ୍‌’ ଆଦି ଗୀତ।

ରାଜ୍ୟ ସୂଚନା ବିଭାଗ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ଏହି ଅବସରରେ ‘ୱାର୍ଲଡ୍‌ ବୁକ୍‌ ଅଫ୍‌ ରେକର୍ଡସ୍’ର ଉପାଧ୍ୟକ୍ଷ ପ୍ରଥମ ଭଲ୍ଲା ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କୁ ‘ପ୍ରୋଭିଜ୍‌ନାଲ୍‌ ସାର୍ଟିଫିକେଟ୍‌’ ପ୍ରଦାନ କରିଛନ୍ତି।

ଶିକ୍ଷା ବିଭାଗକୁ ଅଭିନନ୍ଦନ ଜଣାଇ ଗେହ୍‌ଲଟ୍‌ କହିଛନ୍ତି, କୋଟିଏ ଊର୍ଦ୍ଧ୍ବ ପିଲା ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିବାଦ୍ବାରା ରାଜ୍ୟରେ ନୂତନ ବାତାବରଣ ସୃଷ୍ଟି ହୋଇଛି ।