ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ରାଇଡାହୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଲଗାଣ ବର୍ଷା ଆଣିଦେଇଛି କାଳ । କାନ୍ଥ ଭୁଶୁଡି ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ଭାଇ-ଭଉଣୀ ହେବେ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ରାଇଡାହୀ ଗାଁରେ ଖାଇ ସାରି ପୁରା ପରିବାର ଶୋଇବାକୁ ଯାଇଥିଲେ । ଠିକ୍ ଏହି ସମୟରେ ହଠାତ୍ ଲଗାଣ ବର୍ଷା ଲାଗି ଘରର କାନ୍ଥଟି ଭୁଶୁଡି ପଡିଥିଲା । ଯାହାଫଳରେ ଘରେ ଶୋଇଥିବା ଲୋକଙ୍କ ମଧ୍ୟରେ ପୁଅ ଜ୍ୟୋତିଶଙ୍କର ସିଂହ ଏବଂ ଝିଅ ଯଶୋଦା ସିଂଙ୍କ ମୃତ୍ୟୁ ହୋଇଥିବା ଅଳ୍ପେକ ବର୍ତ୍ତିଯାଇଛନ୍ତି ୩ ବର୍ଷର ପୁଅ ଏବଂ ମାଆ । ଘଟଣାସ୍ଥଳରେ ମାଆ ଓ ୩ ବର୍ଷର ପୁଅକୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍ ଥିବା ଜଣାପଡିଛି ।
