କଟକ: ସଫ୍ଟୱେର ଇଞ୍ଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଆକ୍ସନ ମୁଡ୍ ରେ ଆସିଛି । ତଦନ୍ତ ପକ୍ରିୟାକୁ ଜୋରଦାର କରିଛି । ସେପଟେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବାକୁ ବୟଫ୍ରେଣ୍ଡ ଇଞ୍ଜିନିୟର ସୌମ୍ୟଜିତ ମହାପାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ଆଜି ସୌମ୍ୟଜିତ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଦାୟର କରିଛନ୍ତି। ଶ୍ବେତାଙ୍କ ମୃତ୍ୟୁ ନେଇ ଭୁବନେଶ୍ବରସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ ରୁଜୁ ମାମଲାରେ ସୌମ୍ୟଜିତ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଶ୍ୱେତାଙ୍କ ଡାଏରୀ ପୋଲିସକୁ ମିଳିଥିବା ଜଣାପଡିଛି।

ଯେଉଁଥିରେ ଲେଖାଅଛି,ସୌମ୍ୟଜିତ୍‌ ମୋତେ ତାଙ୍କ ସ୍ତ୍ରୀ ଭାବେ ଗ୍ରହଣ କରିଛନ୍ତି। ସେ ମୋତେ ଓ ମୋ ପରିବାରକୁ ସମ୍ମାନ ଦେବେ । ଭଗବାନ ଆମ ଦୁହିଁଙ୍କ ସମ୍ପର୍କଙ୍କୁ ବଞ୍ଚାଇ ରଖନ୍ତୁ ଏବଂ ଆଶୀର୍ବାଦ କରନ୍ତୁ । ପୂର୍ବ ଅପେକ୍ଷା ଆମ ସମ୍ପର୍କକୁ ଆହୁରି ମଜବୁତ କରନ୍ତୁ ବୋଲି ଲେଖିଛନ୍ତି ଶ୍ବେତା ।
ତେବେ ଶ୍ୱେତାଙ୍କ ମୃତ୍ୟୁ ମାମଲା ରହସ୍ୟ ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଥିବା ବେଳେ ତାଙ୍କ ପୁରୁଷବନ୍ଧୁ ସୌମ୍ୟଜିତ୍‌ ମହାପାତ୍ରଙ୍କୁ ଦାୟୀ କରିଛନ୍ତି ଶ୍ୱେତାଙ୍କ ପରିବାର ଲୋକେ। ଏପରିକି ଶାରୀରିକ, ମାନସିକ, ଆର୍ଥିକ ନିର୍ଯାତନା ଦେଉଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି।