ଜମ୍ମୁକଶ୍ମୀରରେ ଅନୁପ୍ରବେଶକାରୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲେ ଯବାନ: ଗୁଳିମାଡ଼ରେ ତିନିଜଣ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକଶ୍ମୀରରେ ମୁହାମୁହି ହେଲେ ଅନୁପ୍ରବେଶକାରୀ ଓ ଯବାନ । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଯବାନମାନେ ପଣ୍ଡ କରିଦେଇଛନ୍ତି | ଜମ୍ମୁକଶ୍ମୀରର ଉରି ସେକ୍ଟରରେ ଲାଇନ୍ ଅଫ୍ କଣ୍ଟ୍ରୋଲ୍ (LoC) ରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୁରକ୍ଷାବାହିନୀଙ୍କ ଗୁଳିମାଡ଼ରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି | ଜମ୍ମୁକଶ୍ମୀର ପୁଲିସ ଗୁରୁବାର ଏହି ସୂଚନା ଦେଇଛି।

ମିଳିଥିବା ସୂଚନା ମୁତାବକ ଉତ୍ତର କଶ୍ମୀରର ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରର କମଲକୋଟ ଅଞ୍ଚଳରେ ଥିବା ମାଡିଆନ୍ ନାନକ ପୋଷ୍ଟ ନିକଟରେ ଯବାନମାନେ ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଦେଇଥିଲେ |

କଶ୍ମୀର ଜୋନ୍ ପୁଲିସ ଏକ ଟୁଇଟରେ କହିଛି ଯେ ଉରିର କମଲକୋଟ ସେକ୍ଟରର ମାଡିଆନ୍ ନାନକ ପୋଷ୍ଟ ନିକଟରେ ସେନା ଏବଂ ବାରାମୁଲ୍ଲା ପୁଲିସର ଗୁଳିମାଡରେ ତିନିଜଣ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ହୋଇଛି | ଏହାପୂର୍ବରୁ ସେନା ଅଖନୁର ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା। ଜମ୍ମୁ କଶ୍ମୀରର ଅଖନୁର ସେକ୍ଟରରେ ଯବାନମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲେ।

ସୀମା ଆରପାରିରୁ ଆସିଥିବା ଆତଙ୍କବାଦୀଙ୍କୁ ଯବାନମାନେ ତଡ଼ିଦେଇଥିଲେ। ଗତ ୪ ଦିନ ମଧ୍ୟରେ ଆତଙ୍କବାଦୀଙ୍କ ଚତୁର୍ଥ ପ୍ରୟାସକୁ ଯବାନମାନେ ପଣ୍ଡ କରିଛନ୍ତି।

Related Posts