ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଯୋଧପୁର ଗସ୍ତ ସମୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି। ଆଜି ଯୋଧପୁରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିବା ଜଣାପଡ଼ିଛି। ସେ ଏକ ସଭାରେ ଲୋକଙ୍କୁ ସମ୍ବୋଧିତ କରୁଥିବା ସମୟରେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇବା ଆରମ୍ଭ କରିଥିଲା ବୋଲି ସୂଚନା ମିଳିଛି। ତେବେ ଗେହଲଟ ବର୍ତ୍ତମାନ ତିନି ଦିନିଆ ଯୋଧପୁର ଗସ୍ତରେ ଥିବା ବେଳେ ତାଙ୍କ ସହ ଏଭଳି ଘଟିଛି।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଥିବା ଅଧିକାରୀମାନେ ତୁରନ୍ତ ଏକ ଡାକ୍ତରୀ ଦଳକୁ ଡାକିଥିଲେ। ଏସଏନ ମେଡିକାଲ କଲେଜର ଟିମ୍ ସର୍କିଟ ହାଉସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ଅଧିକ ଆର୍ଦ୍ରତା ଏବଂ ଉତ୍ତାପ ଯୋଗୁଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅସହଜ ମନେ କରିବା ସହ ତାଙ୍କ ମୁଣ୍ଡ ବୁଲାଇଥିବା ଡାକ୍ତର କହିଥିଲେ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି ସକାଳ ୧୦ଟାରେ ସର୍କିଟ ହାଉସରେ ପ୍ରାୟ ୨ଘଣ୍ଟା ଧରି ଏକ ଜନ ଶୁଣାଣି କରିଥିଲେ। ଏହି ସମୟରେ, ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ମୁଣ୍ଡ ବୁଲାଇବା ଆରମ୍ଭ କରିଥିଲା। ପରୀକ୍ଷା ସହ ଔଷଧ ଦିଆଯିବା ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ତେବେ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପୂର୍ବରୁ ଧାର୍ଯ୍ୟ କରିଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ।
