ଏସିଆ କପ୍‌: ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା

ଶାରଜା : ଏସିଆ କପ୍‌ ଟି୨୦ କ୍ରିକେଟ ଗ୍ରୁପ୍‌ ଲିଗ୍‌ ଆରମ୍ଭ ହୋଇଯାଇଥିବା ବେଳେ, ଶୁକ୍ରବାର ହଂକଂ ଓ ପାକିସ୍ତାନ ପରସ୍ପରକୁ ଭେଟିଥିଲେ । ତେବେ ପାକିସ୍ତାନ ୧୫୫ ରନରେ ବିଜୟ ଲାଭ କରି ସୁପର-୪ରେ ପ୍ରବେଶ କରିଛି।

ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୧୯୪ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଜବାବରେ ହଂକଂ ୧୦.୪ ଓଭରରେ ମାତ୍ର ୩୮ରନରେ ଅଲଆଉଟ ହୋଇଯାଇଥିଲା। ଦଳର ଜଣେ ହେଲେ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ। ପାକିସ୍ତାନ ପକ୍ଷରୁ ସାଦାବ ଖାନ୍‌ ୪, ମହମ୍ମଦ ନଓ୍ବାଜ ୩ ଓ ନସିମ ଶାହା ୨ ଉଇକେଟ ଅକ୍ତିଆର କରିଥିଲେ।

ପୂର୍ବରୁ ମହମ୍ମଦ ରିଜଓ୍ବାନ ଓ ଫଖର ଜମାନଙ୍କ ଅର୍ଦ୍ଧଶତକ ସହାୟତାରେ ପାକିସ୍ତାନ ୨ ଉଇକେଟ ବିନିମୟରେ ୧୯୩ ରନ କରିଛି। ରିଜଓ୍ବାନ ୫୭ ବଲ୍‌ରୁ ୭୮ ରନ କରି ଅପରାଜିତ ରହିଥିବା ବେଳେ ଜମାନ ୪୧ ବଲ୍‌ରୁ ୫୩ ରନ କରିଥିଲେ। ହକଂ ତରଫରୁ ଏହେସାନ ଖାନ୍‌ ୨୮ ରନ ବିନିମୟରେ ୨ଟି ଯାକ ଉଇକେଟ ନେଇଥିଲେ।

କ୍ରିକେଟର କ୍ଷୁଦ୍ରତମ ଫର୍ମାଟରେ ପାକିସ୍ତାନର ଏହା ହେଉଛି ସର୍ବ ବୃହତ୍‌ ବିଜୟ। ଦଳ ରବିବାର ଭାରତ ସହ ମୁକାବିଲା କରିବ।

Related Posts