ବେଜିଂ : ଚୀନର ଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଅନୁଭୂତ ହୋଇଛି ଏକ ଶକ୍ତିଶାଳୀ ଭୂକମ୍ପ । ଫଳରେ ୪୬ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଲୋକମାନେ କୋଭିଡ ଲକଡାଉନ ଯୋଗୁଁ ଘରେ ବନ୍ଦୀ ଥିଲେ । ଫଳରେ ମୃତ୍ୟୁ ସଂଖ୍ୟା ଅଧିକ ହେବ ବୋଲି ଆଶା କରାଯାଉଛି ।
ଆମେରିକା ଜିଓଲୋଜିକାଲ ସର୍ଭେ ଅନୁସାରେ ସିଆଚୁନ ପ୍ରଦେଶର କାଙ୍ଗଡିଙ୍ଗ ସହରର ୨୬ ମାଇଲ ଦୂରରେ ଅନୁଭୂତ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୬ ଥିଲା ।
ସିଆଚୁନ୍ ରାଜଧାନୀ ଚେଙ୍ଗୁଡରେ ଭୂକମ୍ପ ଯୋଗୁଁ କୋଠାଗୁଡିକ ଦୋହଲି ଉଠିଥିଲା । ଏହି ସମୟରେ କଠୋର କୋଭିଡ କଟକଣା ଯୋଗୁଁ ଲକ୍ଷ ଲକ୍ଷ ଲୋକ ଘରେ ବନ୍ଦ ରହିଥିଲେ । ଗଣମାଧ୍ୟମ ରିପୋର୍ଟ ମୁତାବକ ବଡ ଭୂକମ୍ପ ପରେ ଏକାଧିକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାଯୋଗୁ କେତେକ ଘର ଭାଙ୍ଗିଯାଇଛି ।
ରାଷ୍ଟ୍ରପତି ସି.ଜିନପିଙ୍ଗ ସ୍ଥାନୀୟ ପ୍ରଶାନଗୁଡିକୁ ଲୋକଙ୍କ ଜୀବନ ବଞ୍ଚାଇବା ଉପରେ ପ୍ରାଥମିକତା ଦେବା ପାଇଁ ଆହ୍ୱାନ ଦେଇଥିଲେ । ସିଆଚୁନ୍ର ଓ୍ୱେନଚୁଆନ କାଉଣ୍ଟିଂରେ ୨୦୦୮ରେ ୮.୦ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ ପ୍ରାଣ ହରାଇଥିଲେ ହଜାର ହଜାର ଲୋକ ।
