ଟି-୨୦ ବିଶ୍ଵ କପ୍ ୨୦୨୨: ଶ୍ରୀଲଙ୍କା ପକ୍ଷରୁ ଦଳ ଘୋଷଣା

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ଶ୍ରୀଲଙ୍କା ନିଜର ଦଳ ଘୋଷଣା କରିଛି। ଘୋଷିତ ୧୫ ଜଣିଆ ଦଳରେ ଶ୍ରୀଲଙ୍କାର ଦୁଷ୍ମନ୍ଥା ଚମିରା ଏବଂ ଲାହିରୁ କୁମାରଙ୍କୁ ସ୍ଥାନ ମିଳିଛି। ହେଲେ ଦୁଇ ଖେଳାଳି ବିଶ୍ଵ କପ୍‌ ଦଳ ସହିତ ଅଷ୍ଟ୍ରେଲିଆ ଯିବେ କି ନାହିଁ ତାହା ସେମାନଙ୍କର ଫିଟନେସ୍ ଉପରେ ନିର୍ଭର କରେ।

ଅଶେନ ବଣ୍ଡାରା, ପ୍ରବୀଣ ଜୟବିକ୍ରମା, ଦିନେଶ ଚାନ୍ଦିମାଲ, ବିନୁରା ଫର୍ଣ୍ଣାଡୋ ଏବଂ ନୁଆନିଡୁ ଫର୍ଣ୍ଣାଡୋଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ଚୟନ କରାଯାଇଛି। ଏସିଆ କପ୍ ୨୦୨୨ ଚାମ୍ପିଅନ ଦଳର ଅଧିକାଂଶ ଖେଳାଳିଙ୍କୁ ଟି-୨୦ ବିଶ୍ଵ କପ୍‌ ଦଳରେ ସାମିଲ୍ କରାଯାଇଛି। ଏସିଆ କପ୍‌ରେ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଅନୁଭବୀ ବ୍ୟାଟସମ୍ୟାନ ଦିନେଶ ଚାନ୍ଦିମାଲଙ୍କୁ ଷ୍ଟାଣ୍ଡବାଇ ଖେଳାଳି ଭାବେ ରଖାଯାଇଛି।

ବାମହାତୀ ଦ୍ରୁତ ବୋଲର ଦିଲସାନ ମଦୁଶଙ୍କା ୟୁଏଇରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳରେ ନିଜର ସ୍ଥାନ ବଜାୟ ରଖିଛନ୍ତି। ଧନଞ୍ଜୟ ଡି ସିଲଭା ଏବଂ ଜେଫରୀ ଓ୍ଵାଣ୍ଡରସେ ମଧ୍ୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ଟି-୨୦ ବିଶ୍ଵ କପ୍ ପାଇଁ ଦଳ

ଦାସୁନ ସନାକା(ଅଧିନାୟକ), ଦନୁଷ୍କା ଗୁଣଥିଳକା, ପଥୁମ ନିଶାଙ୍କା, କୁଶଲ ମେଣ୍ଡିସ, ଚରିତ ଅସଲଙ୍କା, ଭାନୁକ ରାଜପକ୍ଷ, ଧନଞ୍ଜୟ ଡି ସିଲଭା, ଓ୍ଵାନିନ୍ଦୁ ହସରଙ୍ଗା, ମହେଶ ଥୀକ୍ଷାନା, ଜେଫରୀ ଓ୍ଵେଣ୍ଡରେସ, ଚମିକା କରୁଣାରତ୍ନେ, ଦୁଷ୍ମନ୍ତ ଚମିରା(ଫିଟନେସ୍ ଉପରେ ନିର୍ଭର), ଲାହିରୁ କୁମାର(ଫିଟନେସ୍ ଉପରେ ନିର୍ଭର), ଦିଲସାନ ମଧୁଶଙ୍କା, ପ୍ରମୋଦ ମଦୁଶନ

Related Posts