ନୂଆଦିଲ୍ଲୀ :ଭୁବନେଶ୍ବର ଆଇଆଇଟି ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଶ୍ରୀପଦ କରମଲକର । ତାଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପ୍ରଫେସର କରମଲକରଙ୍କ କାର୍ଯ୍ୟକାଳ ୫ ବର୍ଷ ରହିବ। ସେ ଏବେ ଚେନ୍ନାଇ ଆଇଆଇଟିର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ଭୁବନେଶ୍ବର ଆଇଆଇଟିର ନିର୍ଦ୍ଦେଶକ ଭାବେ ପ୍ରଫେସର ଆର୍ଭି ରାଜକୁମାରଙ୍କ ୫ ବର୍ଷିଆ କାର୍ଯ୍ୟକାଳ ଏପ୍ରିଲ ୨୬, ୨୦୨୦ରେ ଶେଷ ହୋଇଥିଲା। ତେବେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ତାଙ୍କ ସ୍ଥାନରେ ନୂଆ ନିଯୁକ୍ତି ବଦଳରେ ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଥିଲେ। ୨୧ ମାସ ଧରି ସେ ଭାରପ୍ରାପ୍ତ ନିର୍ଦ୍ଦେଶକ ଦାୟିତ୍ବରେ ଥିଲେ। ଚଳିତ ବର୍ଷ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରଫେସର ରାଜକୁମାରଙ୍କ ସ୍ଥାନରେ ଖଡ଼ଗପୁର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଭିକେ ତିୱାରୀଙ୍କୁ ଭୁବନେଶ୍ବର ଆଇଆଇଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିଲା
