ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମକୋର୍ଟ ଇତିହାସରେ ଯୋଡିହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ । ଏହି ପଦକ୍ଷେପ ଜରିଆରେ ସୁପ୍ରିମକୋର୍ଟରେ ଆସନ୍ତା ସେପ୍ଟେମ୍ବର ୨୭ ତାରିଖରୁ ସମ୍ବିଧାନ ବେଞ୍ଚ ମାମଲା ଶୁଣାଣିର ସିଧାପ୍ରସାରଣ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଇ) ଜଷ୍ଟିସ୍ ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଛି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଏହି ଶୁଣାଣି ୟୁଟ୍ୟୁବ୍ ମାଧ୍ୟମରେ ସିଧା ପ୍ରସାରଣ ହେବ । ଖୁବ୍ ଶୀଘ୍ର ସୁପ୍ରିମକୋର୍ଟ ପ୍ରକ୍ରିୟାର ସିଧାପ୍ରସାରଣ ପାଇଁ ନିଜସ୍ୱ ପ୍ଲାଟଫର୍ମ କରାଯିବ । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ସମ୍ବିଧାନ ବେଞ୍ଚ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପ୍ରକ୍ରିୟା ଚାଲିଛି ।
