ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ନେଇ ବଡ ଖୁଲାସା କରାଯାଇଛି । ଚଳିତ ବର୍ଷ ଜୁଲାଇରେ ପାଟନାର ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ନେଇ ପିଏଫଆଇ ଷଡଯନ୍ତ୍ର ରଚିଥିଲା । ଏଥିନେଇ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ଦିଆ ଯାଇଥିଲା । ମୋଦୀଙ୍କ ପ୍ରତ୍ୟେକ ଗତିବିଧି ଉପରେ ସେମାନଙ୍କ ନଜର ଥିଲା ।ଏଥିନେଇ ବିଦେଶରୁ ମଧ୍ୟ ଫଣ୍ଡିଂ କରାଯାଉଥିଲା ବୋଲି ଇଡି ପକ୍ଷରୁ କୁହାଯାଇଛି ।

କେବଳ ପ୍ରଧାନମନ୍ତ୍ରୀ ଅନ୍ୟ କେତେଗୁଡିଏ ସ୍ଥାନରେ ଆକ୍ରମଣ ନେଇ ଟରର ମଡ୍ୟୁଲ ପ୍ରସ୍ତୁତ କରାଯାଉଥିଲା । ଏନେଇ ବିଗତ କିଛି ଦିନ ମଧ୍ୟରେ ପିଏଫଆଇ ୧୨୦ କୋଟି ଟଙ୍କା ଯୋଗାଡ କରି ସାରିଥିଲା ।ଯାହାକି ଏବେ ଏକ ଚିନ୍ତାର ବିଷୟ । ଏହି ଟଙ୍କାର ବ୍ୟବହାର ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ କରାଯାଉଥିଲା। ଦିଲ୍ଲୀ ହିଂସା ଓ ହାଥରସ ଦଙ୍ଗାରେ ମଧ୍ୟ ପିଏଫଆଇ ଏ ନେଇ ଅର୍ଥ ଯୋଗାଇଥିଲା ବୋଲି ଇଡି ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଏନଆଇଏ ପିଏଫଆଇ ବିରାଧରେ ଚଳାଇଥିବା ଅପରେଶନର ନାମ ଅକ୍ଟୋପସ ରଖାଯାଇଛି । ୨୨ ସେପ୍ଟମ୍ବରରେ ୧୧ ରାଜ୍ୟରେ ଚଢ଼ାଉ କରାଯାଇ ୧୦୬ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି ।