ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଭୁବନେଶ୍ବରରେ ଦିନକୁ ଦିନ ଆତ୍ମହତ୍ୟା ଘଟଣା ବଢିବାରେ ଲାଗିଛି । ଆଜି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଭଡା ଘରୁ ଜଣେ ବିବାହିତ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳା ଜଣକ ହେଉଛନ୍ତି ପ୍ରିୟଙ୍କା ରାୟ ସାମନ୍ତ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ସେ ଭଡ଼ାରେ ରହୁଥିବାବେଳେ ତାଙ୍କ ଘର ଢ଼େଙ୍କାନାଳ ଅଞ୍ଚଳରେ ବୋଲି ଜଣାପଡିଛି ।ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

ତେବେ ସୂଚନା ଅନୁଯାୟୀ, ୮ ବର୍ଷ ତଳେ ପ୍ରିୟଙ୍କା ଖୋର୍ଦ୍ଧାର ରତୀକ ଦାଶଙ୍କୁ ବିବାହ କରିଥିଲେ। ସ୍ବାମୀ ଓ ୨ ଛୁଆଙ୍କ ସହ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଭଡ଼ାରେ ରହୁଥିବାବେଳେ ଆଜି ତାଙ୍କ ମୃତଦେହ ଭଡ଼ା ଘରୁ ଉଦ୍ଧାର ହୋଇଛି। ପରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।