ମସ୍କୋ: ଋଷ-ୟୁକ୍ରେନ୍ ଯୁଦ୍ଧ ଥମିବାରନାଁ ଧରୁନଥିବା ବେଳେ, ଭାରତ ପୁଣିଥରେ ନିଜ ଆଭିମୁଖ୍ୟ ସ୍ଫଷ୍ଟ କରିଛି। ଭାରତ ସବୁବେଳେ ଶାନ୍ତି ପକ୍ଷରେ ଅଛି ବୋଲି ଜାତିସଂଘ ସାଧାରଣ ସଭାରେ ଯୋଗ ଦେଇ କହିଛନ୍ତି ବୈଦେଶି ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ।

କୁଟନୈତିକ ମାଧ୍ୟମରେ ଋଷ-ୟୁକ୍ରେନ୍ ଯୁଦ୍ଧ ରୋକିବା ଶାନ୍ତି ପ୍ରତିଷ୍ଠା କରିବାର ଅଛି ବୋଲି ଜୟଶଙ୍କର କହିଛନ୍ତି। ଜାତିସଂଘର ୭୭ତମ ସାଧାରଣ ମହାସଭାରେ ଜୟଶଙ୍କର କହିଛନ୍ତି “ଆମକୁ ସବୁବେଳେ ପଚରାଯାଏ ଯେ ଆମେ କେଉଁ ପକ୍ଷରେ ଅଛୁ। ପ୍ରତ୍ୟେକ ଥର ଆମେ ସିଧା ଓ ସଚ୍ଚୋଟତରା ସହ ଉତ୍ତର ଦେଇଛୁ। ଭାରତ ସବୁବେଳେ ଶାନ୍ତି ପକ୍ଷରେ ରହିଛି ଓ ସର୍ବଦା ରହିଥିବ। ଆମେ ଜାତିସଂଘର ନିୟମର ସମ୍ମାନ ପକ୍ଷରେ ଅଛୁ।”

ସେହିପରି ଯୁଦ୍ଧର ଅର୍ଥନୀତି ଉପରେ କୁପ୍ରଭାବ ପଡ଼ିବା ଉପରେ ଜୋର ଦେଇ ଜୟଶଙ୍କର କହିଛନ୍ତି ଯେ ଯୁଦ୍ଧ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି । ବିଶେଷ କରି ଖାଦ୍ୟ ଓ ଶକ୍ତି କ୍ଷେତ୍ରକୁ ଅଧିକ ପ୍ରଭାବିତ କରିଛି ବୋଲି ସେ କହିଛନ୍ତି।

ୟୁକ୍ରେନ ଯୁଦ୍ଧ ବନ୍ଦ ହୋଇ ଶାନ୍ତି ପ୍ରତିଷ୍ଠା, ଯୁଦ୍ଧରେ ଅର୍ଥନୀତି ଉପରେ ପ୍ରଭାବ ଆଦି ବିଷୟ ଉପରେ ଆଲୋଚନା କରିବା ସହିତ ଆତଙ୍କବାଦ ଉପରେ ବି ଆଲୋଚନା କରିଛନ୍ତି ଜୟଶଙ୍କର । ଆତଙ୍କବାଦ ନେଇ ଭାରତ ସବୁବେଳେ ଶୂନ୍ୟ ସହନଶୀଳ ନୀତି ଆପଣାଇଛି ବୋଲି ସେ କହିଛନ୍ତି।

ଜୟଶଙ୍କର କହିଛନ୍ତି ” ଦଶନ୍ଧୀ ଧରି ସୀମାରେ ଆତଙ୍କବାଦର କୁପ୍ରଭାବ ସହିବା ପରେ। ଭାରତ ଆତଙ୍କବାଦ ନେଇ ଶୂନ୍ୟସହନଶୀଳତା ନୀତିକୁ ଦୃଢ଼ତାର ସହ ସମର୍ଥନ କରୁଛି। ଆମ ନଜରରେ ଆତଙ୍କବାଦର କୌଣସି କାର୍ଯ୍ୟ ଗ୍ରହଣୀୟ ନୁହେଁ।