ନୂଆଦିଲ୍ଲୀ: ଚଣ୍ଡିଗଡ଼ ୟୁନିଭର୍ସିଟି ଭିଡିଓ ଲିକ୍ ଘଟଣାରେ ପୋଲିସ ହାତରେ ଲାଗିଛି ଅନ୍ୟ ଜଣେ ଅଭିଯୁକ୍ତ । ଅଭିଯୁକ୍ତ ସେନା ଯବାନକୁ ପୋଲିସ ଗିରଫ କରିଛି । ଏହାକୁ ମିଶାଇ ମାମଲାରେ ଏପର୍ଯ୍ୟନ୍ତ ୪ ଜଣଙ୍କୁ ଗିରଫ କରାଯାଇଛି।
ଗତ ସପ୍ତାହରେ ପଞ୍ଜାବ ପୁଲିସ ଚଣ୍ଡିଗଡ଼ର ୟୁନିଭର୍ସିଟିର ଜଣେ ଛାତ୍ରୀକୁ ଗିରଫ କରିଥିଲା।
ଛାତ୍ରୀ ଜଣଙ୍କ ହଷ୍ଟେଲ୍ରେ ଥିବା ଅନ୍ୟ ଛାତ୍ରୀମାନଙ୍କର ଆପତ୍ତିଜନକ ଭିଡିଓ ରେକର୍ଡିଂ କରୁଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ବାଦ ଜଣେ ହିମାଚଳ ପ୍ରଦେଶର ୨୩ ବର୍ଷୀୟ ଯୁବକ ଓ ୩୧ ବର୍ଷୀୟ ବ୍ୟକ୍ତି ଏହି ମାମଲାରେ ଆରେଷ୍ଟ ହୋଇସାରିଛନ୍ତି।
ତେବେ ଶନିବାର ଅରୁଣାଚଳ ପ୍ରଦେଶର ସୀଲ ପାସ ଏରିଆରୁ ସେନା ଯବାନ ସଞ୍ଜୀବ ସିଂହକୁ ଗିରଫ କରିଛି ପୁଲିସ୍। ଏହି ମାମଲାରେ ତାଙ୍କୁ ମୋହାଲି କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି।
ଜଣେ ଆର୍ମି ଯବାନଙ୍କ ସୂଚନା ଅନୁସାରେ, ମାମଲାରେ ପଞ୍ଜାବ ପୁଲିସ ତଦନ୍ତ କରୁଥିବା ବେଳେ ସେନା ଯବାନଙ୍କର ସମ୍ପୃକ୍ତି ନେଇ ଜଣାପଡ଼ିଥିଲା। ଏହାପରେ ଯବାନଙ୍କୁ ଗିରଫ କରିବା ପାଇଁ ପଞ୍ଜାବ ଓ ହରିୟାଣା ପୁଲିସକୁ ସମସ୍ତ ପ୍ରକାର ସହଯୋଗ କରାଯାଇଥିଲା ବୋଲି ସେନା ଯବାନ କହିଛନ୍ତି।
