ବେଙ୍ଗାଲୁର: ଇସଲାମିକ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଦ୍ବିତୀୟ ଚଢ଼ାଉ ଆରମ୍ଭ କରିଛନ୍ତି ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି(ଏଏନ୍‌ଆଇ) ଓ ଅନ୍ୟ ତଦନ୍ତକାରୀ ସଂସ୍ଥା । ୮ଟି ଭିନ୍ନ ରାଜ୍ୟରେ ଏହି ଚଢ଼ାଉ ଜାରି ରହିଛି। ଏବେ ସୁଦ୍ଧା ଅନେକ ପିଏଫ୍‌ଆଇ ସଦସ୍ୟଙ୍କୁ ଗିରଫ କରାଯାଇଛି।

ପ୍ରଥମ ରାଉଣ୍ଡ୍‌ ଚଢ଼ଉରେ ଏଏନ୍‌ଆଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସୂଚନା ହାତେଇଥିଲା। ଏଏନ୍‌ଆଇ ନେତୃତ୍ବରେ ପୁଲିସ୍‌ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା ମଧ୍ୟ ଏହି ଚଢ଼ାଉରେ ସାମିଲ୍‌ ‌ହୋଇଛନ୍ତି। ଚଢ଼ଉ କରାଯାଇ ଆସାମର ୭ ଜଣ ପିଏଫ୍‌ଆଇ ଆଜି ସକାଳ ୫ଟାରୁ ଗିରଫ କରାଯାଇଛି। ସେମାନଙ୍କୁ କାମରୁପ ଜିଲ୍ଲାର ନଗରବେରା ଅଞ୍ଚଳରୁ ଗିରଫ କରାଯାଇଥିବା ଜାଣିବାକୁ ମିଳିଛି।

ଇସଲାମିକ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କେରଳରେ ଗତ ଶୁକ୍ରବାର ଆନ୍ଦୋଳନ ହୋଇଥିଲା। ଉକ୍ତ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିଲା। ପୁଲିସ୍‌ ଏବେ ସୁଦ୍ଧା ୧୫୦୦ରୁ ଅଧିକ ଜଣଙ୍କୁ ଗିରଫ କରି ସାରିଲାଣି।

ଗତକାଲି କନ୍ନୁର ଏବଂ କୋଝିକୋଡ ଜିଲ୍ଳାରେ ଚଢ଼ଉ ହୋଇଥିଲା। ହିଂସା ପାଇଁ ଗିରଫଙ୍କ ସଂଖ୍ୟା ଆହୁରି ବଢ଼ିବ। ବନ୍ଦ ସମୟରେ ୭୦ ସରକାରୀ ବସ୍‌ ଭଙ୍ଗାରୁଜା କରାଯାଇଛି। ଅନେକ ଡ୍ରାଇଭର ଏବଂ ଯାତ୍ରୀ ଆହତ ‌ହୋଇଛନ୍ତି। ଅନେକ ସ୍ଥାନରେ ବୋମା ନିକ୍ଷେପ କରାଯାଇଛି ବୋଲି କେରଳର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି