ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଫିଲ୍ମ ଷ୍ଟାଇଲରେ ତଦନ୍ତକାରୀ ଅଧିକାରୀଙ୍କ ହେପାଜତରୁ ଖସିଗଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ। ଶନିବାର ସେଣ୍ଟ୍ରାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ସିଆଇଏ)ର ଅଧିକାରୀ ମାନେ ହତ୍ୟାକାରୀ ଦୀପକ ଓରଫ ଟିନୁକୁ ରାତି ୧୧ଟା ବେଳେ ଅନ୍ୟତ୍ର ନେଇଯାଉଥିବା ବେଳେ ସେ ଖସିଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗେଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ଖାସ୍ ଲୋକ ହେଉଛି ଦୀପକ।ଏହି ହତ୍ୟାକାଣ୍ଡରେ ଦାଖଲ ହୋଇଥିବା ଚାର୍ଜସିଟ୍‌ ୧୫ ଜଣିଆ ଅପରାଧିଙ୍କ ତାଲିକାରେ ଦୀପକର ନାଁ ମଧ୍ୟ ରହିଛି।

ସୂଚନାଯୋଗ୍ୟ ଯେ, ମେ ୨୯ ତାରିଖରେ ପଞ୍ଜାବର ଲୋକପ୍ରିୟୀ ଗାୟକ ତଥା କଂଗ୍ରସ ନେତା ସିଦ୍ଧୁ ମୁସେୱାଲାଙ୍କର ହତ୍ୟା ହୋଇଥିଲା। ପଞ୍ଜାବ ସରକାର ତାଙ୍କର ସୁରକ୍ଷା କାଢ଼ି ନେବା ପରେ ଅପରାଧିମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ସେ ଏକ ଜିପ୍‌ରେ ସମ୍ପର୍କୀୟଙ୍କ ସହ ଯାଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳିମାଡ଼ର ୧୫ ମିନିଟ୍‌ ପରେ ତାଙ୍କର ମୃତ୍ୟୁ ଘଟିଥିଲା।