ସିଦ୍ଧୁ ମୁସେୱାଲାଙ୍କ ପ୍ରତିମୁର୍ତ୍ତି ଅନାବରଣ କଲାବେଳେ ଭାଙ୍ଗି ପଡ଼ିଲେ ବାପା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସିଦ୍ଧୁ ମୁସେୱାଲାଙ୍କ ପ୍ରତିମୁର୍ତ୍ତି ଅନାବରଣ କଲାବେଳେ ଭାଙ୍ଗି ପଡ଼ିଲେ ବାପା । ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂହ ମନସାରେ ତାଙ୍କ ପୁଅର ଏକ ୬.୫ ଫୁଟ୍ର ପ୍ରତିମୁର୍ତ୍ତି ଅନାବରଣ କଲାବେଳେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ି କାନ୍ଦି ପକାଇଥିଲେ। ସିଦ୍ଧୁଙ୍କ ପରିବାର ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ଓ ତାଙ୍କ ପୁଅକୁ ସେ ପ୍ରତିମୁର୍ତ୍ତିଭାବେ ଦେଖି ସହିପାରୁ ନାହାନ୍ତି ବୋଲି ବଲକୌର କହିଛନ୍ତି। ପଞ୍ଜାବର ମନସାରେ ସିଦ୍ଧୁ ମୁସେୱାଲାଙ୍କୁ ମେ ୨୯ରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଗୁଳି କରି ହତ୍ୟା କରିଛନ୍ତି। ପଞ୍ଜାବ ପୋଲିସ ଦ୍ୱାରା ୪୨୪ ଜଣଙ୍କ ସହିତ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ହଟାଯିବାର ଗୋଟିଏ ଦିନ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ମୁସେୱାଲା ଗତ ବର୍ଷ ପଞ୍ଜାବରେ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସରେ ଯୋଗ ଦେଇଥିଲେ। ମୋର ୨୮ ବର୍ଷୀୟ ପୁଅକୁ ପ୍ରତିମୁର୍ତ୍ତିରେ ଦେଖି ମୁଁ ସହିପାରୁନି। ଆମେ ନ୍ୟାୟ ପାଇଁ ଅପେକ୍ଷା କରିଛୁ। ହତ୍ୟାକାରୀ ବିଦେଶରେ ଥାଉ କିମ୍ୱା ଦେଶରେ ଥାଉ ସେ ଦଣ୍ଡ ପାଇବା ଦରକାର। ମୁସେୱାଲାକୁ ହତ୍ୟା କରିଥିବା ବ୍ୟକ୍ତିକୁ କାହିଁକି ସୁରକ୍ଷା ଦିଆଯାଉଛି’’ ବୋଲି ବଲକୌର ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି।

ସିଦ୍ଧୁଙ୍କର ଯେଉଁଠି ଶେଷକୃତ୍ୟ କରାଯାଇଥିଲା ସେଠାରେ ହିଁ ତାଙ୍କର ଏହି ପ୍ରତିମୁର୍ତ୍ତି ତିଆରି କରାଯାଇଛି। ସିଦ୍ଧୁଙ୍କ ମୃତ୍ୟୁର କିଛିଦିନ ପରେ ସୋସିଆଲ ମିଡିଆରେ ହେଉଥିବା ଗୁଜବ ଉପରେ ବଲକୌର ପ୍ରତିକ୍ରିୟା ଦେଇଥିଲେ। ଏକ ଇନଷ୍ଟାଗ୍ରାମ ଭିଡିଓରେ ସେ ପଞ୍ଜାବୀ ଭାଷାରେ କହିଥିଲେ ‘’ମୁଁ ସିଦ୍ଧୁ ମୁସେୱାଲାର ବାପା। ମୁଁ ଆପଣଙ୍କୁ କିଛି କହିବା ପାଇଁ ଚାହୁଁଛି। ଏବେ ସେସିଆଲ ମିଡିଆ ଦେଖି ଦେଖି ମୁଁ ବହୁତ ଦୁଃଖିତ। ସୋସିଆଲ ମିଡିଆରେ ବହୁତ ଗୁଜବ ହେଉଛି ତା ଉପରେ ବିଶ୍ୱାସ କରନ୍ତୁ ନାହିଁ। ନିକଟ ଅତୀତରେ ମୁଁ ମୋ ପୁଅକୁ ହରାଇଛି। କୌଣସି ନିର୍ବାଚନରେ ଲଢ଼ିବା ପାଇଁ ମୋର ଇଚ୍ଛା ନାହିଁ। ଏହି ଅସୁବିଧା ସମୟରେ ମୋତେ ସମର୍ଥନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ। ମୋର ଆପଣ ସମସ୍ତଙ୍କୁ ଏକ ଅନୁରୋଧ ଜୁନ ୮ରେ ଏକ ପ୍ରାର୍ଥନା ସଭା ହେବ,ଆପଣ ସେଠାକୁ ଆସିବେ ମୁଁ ଆପଣଙ୍କୁ ଭେଟିବି ଓ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି। ଏବେ ଅଧିକ କହିବା ପରିସ୍ଥିତିରେ ମୁଁ ନାହିଁ’’। ଏହି ଭିଡିଓଟି ଏକ ହାତ ଯୋଡ଼ା ଇମୋଜି ସହିତ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିଲା।

Related Posts