ଲକ୍ଷ୍ନୌ: ଉତ୍ତରେ ପ୍ରଦେଶର ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଂସ୍ଥାପକ ମୁଲାୟମ ସିଂହ ଯାଦବ ଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ସେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଖୁସି ଖବର ଆସିଛି । ରବିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି ବୋଲି ସୂଚନା ମିଳିଛି।

ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି ବୋଲି ଦଳ ସୂତ୍ରରୁ ସୂଚନା ମିଳିଛି।

ହଠାତ୍‌ ସେ ଗୁରୁତର ଅସୁସ୍ଥ ହୋଇଯିବାରୁ ତାଙ୍କୁ ଗୁରୁଗ୍ରାମ ମେଦାନ୍ତ ହସ୍‌ପିଟାଲ୍‌ରେ କ୍ରିଟିକାଲ କେୟାର ୟୁନିଟ୍(ସିସିୟୁ)କୁ ସିଫ୍ଟ କରାଯାଇଥିଲା। କାଲି ରାତିରେ ମୁଲାୟମଙ୍କର ଡାଏଲିସିସ୍ କରାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ର ସ୍ୱତନ୍ତ୍ର ଡାକ୍ତରି ଟିମ୍ ନିୟୋଜିତ ଥିଲେ। ରାତିରେ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାଙ୍କୁ ଏବେ ଭେଣ୍ଟିଲେଟରରୁ ବାହାର କରାଯାଇଥିବା ସୂଚନା ମିଳିଛି।