ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ) ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଅତିରିକ୍ତ ପ୍ରୋଗ୍ରାମ ଅଫିସର ( ଏପିଓ )। ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକର ଅତିରିକ୍ତ ପ୍ରୋଗ୍ରାମ ଅଫିସର ସୁଶାନ୍ତ କୁମାର ଦାସ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ।ମନରେଗା ଯୋଜନାରେ ପୋଖରୀ ସୌନ୍ଦର୍ଯ୍ୟକରଣ କାମ ହୋଇଥିବା ବେଳେ ପ୍ରଥମ ଇଷ୍ଟଲମେଣ୍ଟ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଏପିଓ ସୁଶାନ୍ତ ଦାସ ।ଗ୍ରାମ ସାଥୀଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିବା ସହ ଟଙ୍କା ଜବତ କରିଛି ।

ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ ଚାଲିଛି । ସୁଶାନ୍ତ ଦାସଙ୍କ ୨ଟି ଠିକଣାରେ ଏବେ ରେଡ୍ ଜାରି ରହିଛି । ଏନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି ।