ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ନକଲି ପୋଲିସ୍ କୁ ବାନ୍ଧିଲା ଅସଲି ପୋଲିସ୍ । ନିଜକୁ ପୋଲିସ ଡିଆଇଜି ପରିଚୟ ଦେଇ ଭଲ ଚାକିରୀ କରାଇଦେବା ନାଁରେ ଲୋକଙ୍କ ଠାରୁ ଟଙ୍କା ଠକୁଥିବା ବ୍ୟକ୍ତିକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଜଣକ ଯାଜପୁର ଜିଲ୍ଲା ସୁଜନପୁର ଅଞ୍ଚଳର ସୁଜିତ ପଢିଆରୀ ।

ଖବର ଅନୁଯାୟୀ, ଯାଜପୁର, କେନ୍ଦୁଝର, ଭୁବନେଶ୍ୱର ପରି ବିଭିନ୍ନ ସ୍ଥାନରେ ନିଜକୁ ବରିଷ୍ଠ ପୋଲିସ ବୋଲି କହିବା ସହ ଚାକିରୀ କରାଇଦେବା ପାଇଁ କହି ଟଙ୍କା ଠକୁଥିଲା ସୁଜିତ ।ଗତ କିଛି ଦିନ ହେଲା ଘଟଗାଁ ଅଞ୍ଚଳରେ ନିଜର ଜାଲ ବିଛାଇ କିଛି ଯୁବକଙ୍କ ଠାରୁ ଟଙ୍କା ଠକିଥିଲା । ଘଟଗାଁର ଏକ ଲଜରେ ପୋଲିସ ଯୁନିଫର୍ମରେ ରହିଥିବା ସମୟରେ ଘଟଗାଁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଯୁବକଠାରୁ ପୋଲିସ ଯୁନିଫର୍ମ, ଗୋଟିଏ ମୋବାଇଲ, ନକଲି ସୁନା ଚେନ ଓ ମୁଦି ସହ ନଗଦ ୧୨ ହଜାର ଟଙ୍କା ଜବତ ହୋଇଛି । ନିଜକୁ ଆଇପିଏସ ଅଫିସର କହୁଥିବା ଯୁବକ ଯୁନିଫର୍ମରେ ଓଏଫଏସ ଲେଖା ଯାଇଥିବା କାରଣରୁ ସନ୍ଦେହ ଘେରକୁ ଆସି ଯାଇଥିଲା ଠକ ଯୁବକ ।