ଆଠମଲ୍ଲିକ୍ : ମଦମୁକ୍ତ ହେବ ଆମ ଗାଁ । ଏନେଇ ବଜ୍ର ଶପଥ ମିଳିମିଶି ନେଇଛନ୍ତି ଗ୍ରାମବାସୀ । ଆଠମଲ୍ଲିକ ତିଲେଶ୍ୱର ଗ୍ରାମରେ ମଦ ବିକ୍ରି କରିବେନି କି ମଦ ରାନ୍ଧିବେନି ବୋଲି ନିଷ୍ପତ୍ତି ନେଇଛନ୍ତି ।

ଲଷ୍ମୀପୂଜା ଅବସରରେ ଏପରି ଚରମ ନିଷ୍ପତି ନେଇଛନ୍ତି ଗ୍ରାମବାସୀ । ଆଗରୁ ଯାହା ହେଉଥିଲା ଆଉ ହେବନି ।

ମଦ ପିଇ ଲୋକେ ନାନା ପ୍ରକାର ଅସୁବିଧା ସୃଷ୍ଟି କରୁଥିଲେ । ମଦ ପାଇଁ କେତେ ପରିବାର ନଷ୍ଟ ହେଇଛି । ଗ୍ରାମ ଦେବୀଙ୍କ ମନ୍ଦିରରେ ଗ୍ରାମବାସୀ ଏମିତି ଚରମ ନିଷ୍ପତି ନେଇଛନ୍ତି । ଯଦି କେହି ମଦପିଏ ଲୋକେ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି । ସମାଜରୁ ମଦକୁ ଲୋକେ କିପରି ଛାଡିବେ ତାପାଇଁ ଗାଁ ଲୋକେ ଏକାଠି ହେଇଛନ୍ତି । ଗୋଟିଏ ଗାଁ ରୁ ଆଗକୁ ଅନ୍ୟ ଗାଁ ଶିଖା ପାଇବେ ବୋଲି ଆଶା ରଖିଛନ୍ତି ।