ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ପଡ଼ିଆଠାରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଜଳ ସମ୍ପଦ ବିଭାଗର ଏକ ସରକାରୀ ଗାଡ଼ି ବାଇକ୍‌ରେ ଯାଉଥିବା ଲୋକଙ୍କୁ ପଛଆଡୁ ଧକ୍କା ଦେଇଛି। ଏଥିରେ ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଜୁନାଗଡ଼ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଦିଆଯିବାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ୫ ଜଣଙ୍କ ମଧ୍ୟରୁ ୪ଜଣଙ୍କ ଗୋଡ଼ ଭାଙ୍ଗି ଯାଇ ଥିବାବେଳେ ମୁଣ୍ଡରେ ଆଘାତ ଲାଗିଛି। ଆହତଙ୍କ ମଧ୍ୟରେ ଜଣେ ୭ ବର୍ଷର ଛୋଟ ଝିଅ ମଧ୍ୟ ରହିଛନ୍ତି।

ସୂଚନା ଅନୁସାରେ, ରାସ୍ତାରେ ବାଇକ୍‌ରେ ଯାଉଥିବାବେଳେ ଦ୍ରୁତ ଗତିରେ ଆସୁଥିବା ସରକାରୀ ଗାଡିଟି ସେମାନଙ୍କୁ ଧକ୍କା ଦେଇଥିଲା। ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ଗାଡିଟିକୁ ଜୁନାଗଡ଼ ପୋଲିସ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।