ପୈତୃକ ଗ୍ରାମ ସୈଫଇରେ ପହଞ୍ଚିଲା ମୁଲାୟମ୍‌ ସିଂହଙ୍କ ପାର୍ଥିବ ଶରୀର, ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମାଜବାଦୀ ପାର୍ଟି(ଏସ୍‌ପି)ର ପ୍ରତିଷ୍ଠାତା ମୁଲାୟମ୍‌ ସିଂହ ଯାଦବଙ୍କ ପାର୍ଥିବ ଶରୀର ତାଙ୍କର ପୈତୃକ ଗ୍ରାମ ଉତ୍ତରପ୍ରଦେଶର ସୈଫଇରେ ପହଞ୍ଚିଛି। ତାଙ୍କ ବାସଭବନରେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଛି। ସୈଫଇ ସହିତ ମୈନପୁରୀ, ଇଟାଓ୍ବାରୁ ତାଙ୍କ ସମର୍ଥକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି।ସୈଫଇ ସହିତ ମୈନପୁରୀ, ଇଟାଓ୍ବାରୁ ତାଙ୍କ ସମର୍ଥକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପହଞ୍ଚି ତାଙ୍କର ଅନ୍ତିମ ଦର୍ଶନ କରିଛନ୍ତି।

ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ପୈତୃକ ଗ୍ରାମ ସୈଫଇରେ ପହଞ୍ଚି ମୁଲାୟମଙ୍କୁ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଅନ୍ୟପଟେ ଆଜମ ଖାଁ ଓ ତାଙ୍କ ପୁଅ ଅବଦୁଲ୍ଲା ଆଜମ ରାମପୁରରୁ ସୈଫଇ ଗସ୍ତ କରିଛନ୍ତି। ଆଜମ ଓ ମୁଲାୟମଙ୍କ ସମ୍ପର୍କ ଘନିଷ୍ଠତା ରହିଥିବା ବେଳେ ସେ ମୁଲାୟମଙ୍କ ନାମ ନେତାଜୀ ବୋଲି ଦେଇଥିଲେ। ନିଜର ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ଥିବା ସତ୍ତ୍ୱେ ଆଜମ ତାଙ୍କୁ ଅନ୍ତିମ ଦର୍ଶନ କରିବା ପାଇଁ ସୈଫଇ ଯାଉଛନ୍ତି।

Related Posts