ଭୁବନେଶ୍ୱର : ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ତେବେ ତାଙ୍କ ବ୍ଲାକ୍ମେଲିଂ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଏହାରି ଭିତରେ ପୁଲିସ୍ ସହ ଅର୍ଚ୍ଚନାଙ୍କ ଘନିଷ୍ଟ ସମ୍ପର୍କ ଥିବା ଘଟଣା ସାମ୍ନାକୁ ଆସିଛି ।
୨୦୧୬ରେ ଘର ଭଡ଼ା ନେଇ ରହୁଥିବା ଅର୍ଚ୍ଚନା କେମିତି କୋଟି କୋଟି ଟଙ୍କାର ମାଲିକ ହେଲେ ସେ ନେଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।
ସେପଟେ ଅର୍ଚ୍ଚନାଙ୍କର ପୁଣି କିଛି ଚାଟିଂ ପଦାକୁ ଆସିଛି । ସେଥିରେ ଅର୍ଚ୍ଚନା ତାଙ୍କର ଜଣେ ମହିଳା ସାଙ୍ଗଙ୍କୁ କହିଛନ୍ତି । ଡିସିପି ଶତପଥୀ ସାର୍ ଦେଖା ହୋଇଥିଲେ । ଜନ୍ମଦିନକୁ ଆସି ନଥିଲେ ବି ସେ ଗୋଲ୍ଡ ରିଙ୍ଗ ଗିଫ୍ଟ କରିଛନ୍ତି । ଏହାର ଉତ୍ତରରେ ଅର୍ଚ୍ଚନାଙ୍କ ସାଙ୍ଗ କହୁଛନ୍ତି, ଭଲ ଲାଗୁଛି । ତମ ସାରଙ୍କୁ କହୁନ …. ଆମକୁ ଗିଫ୍ଟ ଦେବେ… ।
ଏହି ଚାଟିଂ ପ୍ରମାଣ କରୁଛି କମିଶନରେଟ୍ ପୁଏିସରେ ପୂର୍ବରୁ ଥିବା ସେ ଶତପଥୀ ସାର୍ଙ୍କ ସହ ଅର୍ଚ୍ଚନାଙ୍କ ଘନିଷ୍ଠ ସମ୍ପର୍କ ରହିଛି । ସେ ସାର୍ଙ୍କ ଜରିଆରେ ବିଭିନ୍ନ ନେତାଙ୍କ ସହ ମିଶୁଥିଲେ । ସେଥିପାଇଁ କମିଶନରେଟ୍ ପୁଲିସ୍ ମୁଖ୍ୟାଳୟରେ ମଧ୍ୟ ତାଙ୍କର ଅବାଧ ପ୍ରବେଶ ରହିଥିଲା । ଯାହର ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି
