ଭୁବନେଶ୍ବର: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗକୁ ନେଇ ଏବେ ସବୁଠି ଚର୍ଚ୍ଚା । ତାଙ୍କୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ତାଙ୍କ ସହ ଅନେକ ରାଜନେତାଙ୍କ ସଂପୃକ୍ତି ଥିବା ନେଇ ସୂଚନା ମିଳିବା ପରେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକା ପଂଝା ।
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅର୍ଚ୍ଚନା ନାଗ ଗଙ୍ଗାରେ ବହୁତ ନେତା ଗାଧୋଇଛନ୍ତି। ବିଜେପି ଓ ବିଜେଡିର ନେତା ବହୁତ ଗଧୋଇଛନ୍ତି। ବହୁ ଅର୍ଥ ଦେଇଛନ୍ତି। ଏଥିରେ ଅନେକ ଲୋକଙ୍କ ସମ୍ପୃକ୍ତି ଆସୁଛି। ବର୍ତ୍ତମାନ ମନ୍ତ୍ରୀ, ବିଧାୟକ ଓ ପ୍ରାଶାସନିକ ଅଧିକାରୀଙ୍କ ସଂପୃକ୍ତି ଆସୁଥିବାରୁ ପୁଲିସ ସ୍ଥାଣୁ ହୋଇଯାଇଛି।
ସେ ଆହୁରି କହିଛନ୍ତି, ଛୋଟ ଛୋଟ ପ୍ରସଙ୍ଗରେ ପୁଲିସ ସାମ୍ବାଦିକ ସମ୍ମିଳନୀ କରୁଛି। ଅର୍ଚ୍ଚନା ଘଟଣାରେ ୭୦ କୋଟି ଟଙ୍କାର କାରବାର ହୋଇଥିଲେ ବି ପୁଲିସ କିଛି ବି ତଥ୍ୟ ରଖୁନି। ଅଞ୍ଜନା ମିଶ୍ର ମାମଲା ସହ ତୁଳନା କରି କହିଲେ ଅଞ୍ଜନା ମିଶ୍ର ମାମଲାଠୁ ଢେର୍ ଗୁଣରେ ସାଙ୍ଘାତିକ ଏ ମାମଲା। ଅଞ୍ଜନା କେସର ଇଏ ବାପା।
ଅର୍ଚ୍ଚନା ମାମଲା ଏକ ବଡ଼ ସେକ୍ସ୍ ସ୍କାଣ୍ଡାଲ। ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରିଛନ୍ତି ରାଜ୍ୟ ସରକାର। ଅର୍ଚ୍ଚନା ନାଗ ବିଷୟରେ କୌଣସି ତଥ୍ୟ ରଖୁନି ପୁଲିସ। ଏସ ଆଇ ଟି ଗଠନ କରାଯାଇ ହାଇକୋର୍ଟଙ୍କ ଜଣେ ବିଚାରପତିଙ୍କ ଦ୍ଵାରା ତଦନ୍ତ କରାଯାଉ। ସରକାର ସମ୍ପୂର୍ଣ୍ଣ ତଥ୍ୟ ରଖିବା ଆବଶ୍ୟକ।
ଏଣେ ଏହି ପ୍ରସଙ୍ଗ ଉପରେ ମତ ରଖି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଅର୍ଚ୍ଚନା ହେଉଛି ଅଳିଆ ଗଦା । ଯିଏ ନିଆଁ ଖାଇଛି ସେ ଅଙ୍ଗାର ହଗିବ। ତଦନ୍ତ ହେଉ । ଯେମିତି ହେବା କଥା ହେଉ। ଯିଏ ଧରା ପଡ଼ିବା କଥା ପଡ଼ିବ। ଯିଏ ଯାହା କରିଥିବ, ତାହାର ଫଳ ଭୋଗିବ। ନବୀନ ପଟ୍ଟନାୟକ ନିଜ ଲୋକଙ୍କୁ ବି ଛାଡ଼ି ନାହାନ୍ତି। ପ୍ରଦୀପ ପାଣିଗ୍ରାହୀ ତାହାର ଉଦାହରଣ।
ବିରୋଧୀ ଲୋକଙ୍କର ବି ସେଥିରେ ନାଁ ଆସୁଛି । କେଭି ସିଂ ଦେଓ , ଜୁଏଲ ଓରାମଙ୍କ ନାଁ ଆସୁଛି। ଆହୁରି ବି କାହା କାହା ନାଁ ଆସୁଛି। ସରକାରୀ ମେସିନାରିଜର ବି କାହାର କାହାର ନାଁ ଆସୁଛି। ଶିଳ୍ପପତିମାନଙ୍କର ବି ନାଁ ଆସୁଛି
