ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବ୍ରିଟେନରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଠାରୁ ଆରମ୍ଭ ହୋଇଥିବା ରାଜନୈତିକ ଅସ୍ଥିରତା ଶେଷ ହେବାର ନାଁ ଧରୁନି । ଏବେ ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଶପଥ ନେବାର ମାତ୍ର ୪୫ ଦିନ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ବ୍ରିଟେନରେ ଲାଗି ରହିଥିବା ଅର୍ଥନୈତିକ ସଙ୍କଟ ଯୋଗୁ ଲିଜ୍ ଟ୍ରସ ଶେଷରେ ଇସ୍ତଫା ଦେଇଛନ୍ତି। ବ୍ରିଟେନ ଇତିହାସରେ ସବୁଠାରୁ କମ୍ ଦିନ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି ଲିଜ୍ ଟ୍ରସ।

ତେବେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚୟନ ହେବା ପର୍ଯ୍ୟନ୍ତ ଲିଜ୍ ଟ୍ରସ ଏହି ଦାୟିତ୍ୱରେ ରହିବେ । ଆଗାମୀ ୧ ସପ୍ତାହ ମଧ୍ୟରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ ବୋଲି ସୂଚନା ମିଳିଛି। ତେବେ ଲିଜ୍ ଟ୍ରସ ଭାରତୀୟ ବଂଶୋଦ୍ଭବ ଋଷି ସନୁକ୍ ଙ୍କୁ ହରାଇ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଥିଲେ।