ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁରୁବାର ପୂର୍ବାହ୍ନରେ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି ୭ଟି ଦେଶର ରାଷ୍ଟ୍ରଦୂତ। ମାଲେସିଆ, ମିଆଁମାର, ଥାଇଲାଣ୍ଡ, ଭିଏତନାମ, ବୃନେଇ ଇଣ୍ଡୋନେସିଆ, ଲାଓପୀଡିଆ ଦେଶର ରାଷ୍ଟ୍ରଦୂତ କଡା ସୁରକ୍ଷା ବଳୟ ମଧ୍ୟରେ କୋଣାର୍କରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କୁ ପ୍ରଥମେ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ରରେ ସ୍ୱାଗତ କରାଯାଇଥିଲା। ରାଷ୍ଟ୍ରଦୂତମାନେ ବ୍ୟାଖ୍ୟାନ କେନ୍ଦ୍ର ବୁଲିସାରିବା ପରେ ସୂର୍ଯ୍ୟମନ୍ଦିରର ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ସବୁ ବୁଲି ଦେଖିଥିଲେ।
ଗାଇଡ ବିଶେଶ୍ୱର ଦାଶ ସେମାନଙ୍କୁ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ । ଏହି ସମୟରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ପର୍ଯ୍ୟଟନ ଅଧିକାରୀ ସରୋଜ ପ୍ରଧାନ, ଅମୀୟ କୁମାର ସେଠି, କୋଣାର୍କ ଥାନା ଆଇଆଇସି ରଞ୍ଜନ କୁମାର ମଲ୍ଲିକ, ଏଏସଆଇ ଅଧିକାରୀ ଚିତ୍ତରଞ୍ଜନ ଦାଶ, ଆଇଓଏଫ ଅଧିକାରୀ ରାଜକିଶୋର ଦଳାଇ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ। ରାଷ୍ଟ୍ରଦୂତଙ୍କ ଗସ୍ତକୁ ଦୃଷ୍ଟିରେ ରଖି କୋଣାର୍କ ମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।