ତିହାର ଜେଲ୍‌ରେ ଆରାମଦାୟକ ଜୀବନ ବିତାଉଛନ୍ତି ସତ୍ୟେନ୍ଦ୍ର ଜୈନ, କରାଉଛନ୍ତି ବଡି ମସାଜ: କୋର୍ଟରେ ଇଡିର ଅଭିଯୋଗ

ନୂଆଦିଲ୍ଲୀ: ତିହାର ଜେଲ୍‌ରେ ଏବେ ଅଛନ୍ତି ଆମ୍ ଆଦମୀ ପାର୍ଟି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ତେବେ ଜେଲ୍ ରେ ଥାଇ ମଧ୍ୟ ସେ ଆରାମଦାୟକ ଜୀବନ ବିତାଉ ଥିବା ଇଡି କୋର୍ଟରେ ଅଭିଯୋଗ କରିଛି । ତିହାର ଜେଲରେ ସତ୍ୟେନ୍ଦ୍ର ଜୈନଙ୍କ ଭୋଗବିଳାସର ସିସିଟିଭି ଫୁଟେଜକୁ ଇଡି କୋର୍ଟରେ ହସ୍ତାନ୍ତର କରିଛି । ଅଭିଯୋଗରେ ଇଡି କହିଛି, ଯେ ତିହାର ଜେଲରେ ମୁଣ୍ଡ ମସାଜ, ଗୋଡ ମସାଜ ଏବଂ ପିଠି ମସାଜ ଭଳି ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି ।

ଫୁଟେଜ ଅନୁଯାୟୀ ଜେଲ ସୁପରିଟେଣ୍ଡେଣ୍ଟ ପ୍ରତିଦିନ ସତ୍ୟେନ୍ଦ୍ର ଜୈନଙ୍କୁ ଭଟିଥାନ୍ତି । ଯେପରି ମନ୍ତ୍ରୀଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ନ ହେବାକୁ ପଡେ ।

କୋର୍ଟର ଆଦେଶକୁ ଅବମାନଲା କରି ସତ୍ୟେନ୍ଦ୍ର ଜେନୈଙ୍କୁ ଜେଲରେ ଘରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ସତ୍ୟେନ୍ଦ୍ରଙ୍କ ପତ୍ନୀ ପୁନମ ଜୈନ ଜେଲର ନିୟମକୁ ଅବମାନନା କରି ତାଙ୍କୁ ସେଲ୍‌କୁ ଭେଟିବାକୁ ଆସନ୍ତି, ଯାହାକି ସମ୍ପୂର୍ଣ୍ଣ ଭୁଲ ଅଟେ ।

ସିସିଟିଭି ଫୁଟେଜ ଅନୁଯାୟୀ, ସତ୍ୟେନ୍ଦ୍ର ଜୈନା ଏହି ମାମଲାରେ ଅନ୍ୟ ଅଭିଯୁକ୍ତ ଅଙ୍କୁଷ ଜୈନ ଏବଂ ବୈଭବ ଜୈନଙ୍କ ସହ ଘଣ୍ଟା ଘଣ୍ଟା ଧରି ସାକ୍ଷାତ କରନ୍ତି, ଯାହା ମାମଲାର ତଦନ୍ତ ପାଇଁ ଉପଯୁକ୍ତ ନୁହେଁ ।

ଇଡି ଏହାର ଆଫିଡେଭିଟ୍‌ରେ ଲେଖିଛନ୍ତି ଯେ ସତ୍ୟେନ୍ଦ୍ର ଜୈନ ମଧ୍ୟ ଜଣେ ଜେଲ ମନ୍ତ୍ରୀ, ଯାହାର ସେ ଫାଇଦା ନେଉଛନ୍ତି । ତିହାର ପ୍ରଶାସନର କହିବାନୁସାରେ, ଇଡି ସତ୍ୟେନ୍ଦ୍ର ଜୈନଙ୍କ ସେଲ୍ ଏବଂ ସେ ଯେଉଁ ୱାର୍ଡରେ ଅଛନ୍ତି ତାହାର ଫୁଟେଜ ଦାବି କରିଥିଲେ । ଏହା ପରେ ତିହାର ପ୍ରଶାସନ ତାଙ୍କୁ ଯୋଗାଇ ଦେଇଥିଲା । ତିହାର ପ୍ରଶାସନ କହିଛି ଯେ ସତ୍ୟେନ୍ଦ୍ର ଜୈନଙ୍କ ସେଲକୁ କେହି ବାହାରୁ ଆସି ନଥିଲେ। ତେବେ ସକାଳେ ସେଲ ଖୋଲିବା ପରେ ୱାର୍ଡରେ ଉପସ୍ଥିତ ଥିବା ସମସ୍ତ କଏଦୀ ପରସ୍ପର ସହ କଥା ହୋଇପାରିବେ ।

Related Posts