ନୂଆଦିଲ୍ଲୀ: ଗୁଜୁରାଟ ମୋରବି ଝୁଲାପୋଲ ଭାଙ୍ଗିବା ଘଟଣାକୁ ନେଇ ସମଗ୍ର ଦେଶରେ ଶୋକାକୁଳ ପରିବେଶ ଖେଳି ଯାଇଥିବା ବେଳେ, ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ । ସେ ଏହି ଘଟଣାକୁ ନେଇ କାହାକୁ ଦାୟୀ କରିବାକୁ ମନା କରିଦେଛନ୍ତି କଂଗ୍ରେସ ନେତା ରାହୁଲା ଗାନ୍ଧୀ। ଏହି ଘଟଣାରେ କିଏ ଦାୟୀ ବୋଲି ପ୍ରଶ୍ନ କରାଯିବାରୁ ସେ ଘଟଣାକୁ ନେଇ ରାଜନୀତି କରିବାକୁ ଚାହୁନାହାନ୍ତି ବୋଲି ରାହୁଲ କହିଛନ୍ତି।

ସେ କହିଛନ୍ତି ” ଏହି ଦୁର୍ଘଟଣାର ରାଜନୀତିକରଣ କରିବାକୁ ମୁଁ ଚାହୁଁ ନାହିଁ। ଲୋକଙ୍କର ଜୀବନ ଯାଇଛି। ଏପରି କଲେ ଏହା ଲୋକଙ୍କ ଭାବନା ପ୍ରତି ଅପମାନ ହେବ।। ଏହି ଘଟଣାକୁ ନେଇ କୌଣସି ରାଜନୀତି ହେଉ ମୁଁ ଚାହୁଁନି।”

ରାହୁଲ ଏନେଇ କୌଣସି ମନ୍ତବ୍ୟ ଦେଇ ନଥିଲେ ବି ଅନ୍ୟ କଂଗ୍ରେସ ନେତାମାନେ କିନ୍ତୁ ବିଜେପିକୁ ଟାର୍ଗେଟ୍ କରିଛନ୍ତି। ରଣଦୀପ ସୂର୍ଯେୱାଲା ଏହାକୁ ମନୁଷ୍ୟକୃତ ଦୁର୍ଘଟଣା ବୋଲି କହିବା ସହିତ ବିଜେପି ସରକାର ଆଣିବା ଗୁଜୁରାଟର ଭୁଲ୍ ବୋଲି ସୂର୍ଯେୱାଲା କହିଛନ୍ତି।

ସୂର୍ଯେୱାଲା ଟ୍ୱିଟ୍ କରି କହିଛନ୍ତି ” ଏହା ଏକ ପ୍ରାକୃତି ଦୁର୍ଘଟଣା ନୁହେଁ, ଏହା ମନୁଷ୍ୟକୃତ ଦୁର୍ଘଟଣା। ଏହି ଘୃଣିତ ଅପରାଧ ପାଇଁ ଗୁଜୁରାଟର ବିଜେପି ସରକାର ସିଧାସଳଖ ଦାୟୀ।”

ଏଥିସହିତ ମୃତକଙ୍କୁ କ୍ଷତିପୂରଣ ନେଇ ମଧ୍ୟ ସୂର୍ଯେୱାଲା ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୁଜୁରାଟ ଭାଇ ଭଉଣୀଙ୍କ ପ୍ରତି ଥିବା ଦାୟିତ୍ୱରୁ ଖସିଯାଇପାରିବେନି ବୋଲି ସୂର୍ଯେୱାଲା କହିଛନ୍ତି।

ଅନ୍ୟପଟେ ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଏକ ବୟାନକୁ କଟାକ୍ଷା କରି ଘଟଣାକୁ ଆକ୍ଟ ଅଫ୍ ଫ୍ରଡ୍ ବୋଲି କହିଛନ୍ତି ତ୍ରିପୁରା କଂଗ୍ରେସ ଅଧ୍ୟକ୍ଷ ଡ. ଅଜୟ କୁମାର। ସେ ଟ୍ୱିଟ୍ କରିଛନ୍ତି ” ଗୁଜୁରାଟରେ ମୋରବୀ ବ୍ରିଜ୍ ଭାଙ୍ଗିବା ଆକ୍ଟ ଅଫ୍ ଫ୍ରଡ୍, ଭଗବାନ ମୋଦୀଙ୍କୁ ମେସେଜ୍ ଦେଇଛନ୍ତି।”

ସୂଚନା ଥାଉକି ଗୁଜୁରାଟ ମୋରବୀ ଜିଲ୍ଲାର ମାଚ୍ଛୁ ନଦୀ ଉପରେ ହୋଇଥିବା ଝୁଲାପୋଲ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୨କୁ ପାର୍ କରିଛି। ଗତ ୫ ଦିନ ପୂର୍ବରୁ ଏହି ପୋଲ ମରାମତି କରାଯାଇଥିଲା। ତେବେ ଏଥିରେ ଯେତିକି ଲୋକ ଯିବା କଥା ସେତିକି ଅନୁମତି ଦିଆଯାଇ ନଥିଲା ବୋଲି ଅଭିଯୋଗ ହେଉଛି