ଗାଁରେ ବନ୍ଧୁକ ଧରି ଆତଙ୍କ ଖେଳାଇବା ଅଭିଯୋଗରେ ଯୁବକ ଗିରଫ

ବୌଦ୍ଧ :ବନ୍ଧୁକ ଧରି ଆତଙ୍କ ଖେଳାଇବା ଅଭିଯୋଗରେ ଯୁବକ ଗିରଫ। ମନମୁଣ୍ଡା ଥାନା ଅଧୀନ ଖଲିଆପାଲି ଗାଁରେ ଜଣେ ଯୁବକ ବନ୍ଧୁକ ଧରି ଗାଁ ରେ ଆତଙ୍କ ଖେଳାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତଙ୍କ ପରିଚୟ ରଞ୍ଜନ ରାଜହଂସ। ମନମୁଣ୍ଡା ପୋଲିସ ଖଲିଆପାଲି ଗାଁରେ ଚଢ଼ଉ କରି ୨ଟି ପିସ୍ତଲ ସହ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି। ରଞ୍ଜନ ବନ୍ଧୁକ ଦେଖାଇ ଲୋକଙ୍କ ଠାରୁ ଟଙ୍କା ଲୁଟ କରୁଥିଲା ବୋଲି ଅଭିଯୋଗ ହୋଇଥିଲା।

ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ।

Related Posts