କାଶୀନଗରରେ ଅଜଣା ଜନ୍ତୁ ଆକ୍ରମଣରେ ୬୩ ଛେଳି ମୃତ, ୨୮ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଜପତି ଜିଲ୍ଲାର କାଶୀନଗର ବ୍ଲକର କିଡିଙ୍ଗା ଗ୍ରାମରେ ଅଜଣା ଜନ୍ତୁର ଆତଙ୍କ। ଗାଁର ବି. ରାମନାଥ ଓ ବି. କ୍ରୀଷ୍ଣାଙ୍କ ଗୁହାଳରେ ୯୦ ରୁ ଅଧିକ ଛେଳି ରଖିଥିବା ବେଳେ ଗତକାଲି ରାତିରେ କୌଣସି ଅଜଣା ଜନ୍ତୁର ଆକ୍ରମଣରେ ୬୩ଟି ଛେଳି ମୃତୁବରଣ କରିଥିବା ବେଳେ ୨୮ଟି ଛେଳି ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା କିପରି ଘଟିଲା ଏତେ ସଂଖ୍ୟକ ଛେଳି ମରିବା ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଆଶଙ୍କା ପ୍ରକାଶ ପାଇଛି।

ଏନେଇ ଖବର ପାଇ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି.ତିରୁପତି ରାଓ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜିଲ୍ଲା ପ୍ରଶାସନକୁ ଏହି ସମ୍ପର୍କରେ ଅବଗତ କରାଇଛନ୍ତି। ଏହିପରି ଘଟଣା ଆଉ ନ ଘଟିବା ପାଇଁ ଅଧ୍ୟକ୍ଷ କାଶୀନଗର ଥାନା ଅଧିକାରୀ ଓ ଜଙ୍ଗଲ ବିଭାଗର ଅଧିକାରୀକୁ ସଜାଗ ରହିବା ପାଇଁ ଜଣାଇଥିଲେ ସ୍ଥାନୀୟ ଗ୍ରାମବାସୀ ଓ ଛେଳି ମାଲିକ ବି. ରାମନାଥ ଓ ବି. କ୍ରିଷ୍ଣାଙ୍କୁ ପ୍ରଶାସନ ତରଫରୁ କ୍ଷତିପୂରଣ ଦେବାକୁ ଦାବି ଜଣାଇଛନ୍ତି। ଖବର ପାଇ କାଶୀନଗର ପ୍ରାଣୀ ଚିକତ୍ସକ ଡକ୍ଟର ବାଣୀକାନ୍ତ ଖଟୁଆ ଓ ଅନ୍ୟ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ଛେଳି ମାନଙ୍କର ଚିକିତ୍ସା କରଥିଲେ। ଏହିପରି ଘଟଣା ଦେଖି ଗ୍ରାମବାସୀମାନେ ଭୟଭୀତ ଅଛନ୍ତି।

Related Posts