ନୂଆଦିଲ୍ଲୀ: ଟ୍ଵିଟର ନୂଆ ସିଇଓ ହୋଇଛନ୍ତି ଏଲନ୍ ମସ୍କ । ତେବେ ସେ ଏହି ପଦବୀ ଗ୍ରହଣ କରିବା ପରେ ଅନେକ ପରିବର୍ତନ କରିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଗ୍ରହଣ କରିବା ମାତ୍ରେ ଏଲନ୍ ସମଗ୍ର ବିଶ୍ଵରେ ଚର୍ଚ୍ଚାରେ ଥିଲେ । ଏଲେନ୍ ନୂଆ ନୂଆ ପରିବର୍ତ୍ତନ କରୁଥିବାବେଳେ ହଲିଉଡ ଅଭିନେତ୍ରୀ ଏମ୍ବର ହର୍ଡ ତାଙ୍କ ଟ୍ଵିଟ ଆକାଉଣ୍ଟ ଡିଲିଟ କରିଛନ୍ତି।
କେବଳ ଏମ୍ବର ନୁହେଁ, ଅନେକ ସେଲିବ୍ରିଟି ଏଲନ୍ ମସ୍କଙ୍କ ଅକ୍ତିଆର ପରେ ସେମାନଙ୍କ ଆକାଉଣ୍ଟ ଡିଲିଟ୍ କରିଛନ୍ତି। ୟୁଟ୍ୟୁବର୍ ମାଥ୍ୟୁ ଲୁଇସ୍ ପ୍ରଥମେ ଏମ୍ବର ଆକାଉଣ୍ଟ୍ ଡିଲିଟ୍ କରିବାକୁ ଲକ୍ଷ୍ୟ କରିଥିଲେ।
ମାଥ୍ୟୁ ଏମ୍ବରଙ୍କ ଟ୍ଵିଟର ଆକାଉଣ୍ଟର ସ୍କ୍ରିନସଟ ସେୟାର କରି କହିଛନ୍ତି ଯେ ଏମ୍ବର ହେର୍ଡ ତାଙ୍କ ଆକାଉଣ୍ଟକୁ ଡିଲିଟ କରିଛନ୍ତି। ମାଥ୍ୟୁଙ୍କ ଟ୍ଵିଟ୍ ପରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ୟୁଜର୍ସ କ୍ରମାଗତ ଭାବରେ କମେଣ୍ଟ ଦେଉଛନ୍ତି ଯେ ‘ବୋଧହୁଏ ଏଲନ୍ଙ୍କ ସହ ତାଙ୍କର ସମ୍ପର୍କ ହେତୁ ଏମ୍ବର ଏଭଳି ପଦକ୍ଷେପ ନେଇଛନ୍ତି’।
କେହି ଜଣେ ଲେଖିଛନ୍ତି ‘ଏକ୍ସ ପ୍ରେମିକ ଏଲନ୍ କହିଛନ୍ତି ଯେ ଆକାଉଣ୍ଟ ଡିଲିଟ୍ କରନ୍ତୁ’ । ଏହି ସମୟରେ, ଅନ୍ୟ ଜଣେ ଲେଖିଥିଲେ- ‘ତାଙ୍କ ପାଖରେ ନୀଳ ରଙ୍ଗର ଟିକସ ଦେବାକୁ ଟଙ୍କା ନାହିଁ।’ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବହୁତ କିଛି କହୁଛନ୍ତି, ହେଲେ ଏହା ପଛର ପ୍ରକୃତ କାରଣ କ’ଣ ତାହା ପ୍ରକାଶ କରାଯାଇ ନାହିଁ
