ନୂଆପଡ଼ା ଜିଲ୍ଲା ଗସ୍ତରେ ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ । ଏହି ଅବସରରେ ଗୁଇନ୍ଦା ଏବଂ ଅପରେସନ କେନ୍ଦ୍ର ଉଦଘାଟନ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ଜିଲ୍ଲା ସୀମାନ୍ତରେ ମାଓ ଦମନ ପାଇଁ ଜଏଣ୍ଟ ଟାସ୍କ ଫୋର୍ସ ଗଠନ ହେବ ଏବଂ ମାଓ ଦମନ କରାଯିବ ବୋଲି ପୁଲିସ ମହା ନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ସୂଚନା ଦେଇଛନ୍ତି। ଏଣିକି ଆଉ ମାଓବାଦୀ ମାନଙ୍କର ତ୍ରାହି ନାହିଁ। ଛତିଶଗଡ଼ ଏବଂ ସୀମାନ୍ତରେ ଥିବା ଓଡ଼ିଶା ପୁଲିସ ଦ୍ବାରା ହେବ ଜଏଣ୍ଟ ଟାସ୍କ ଫୋର୍ସ।

ନୂଆପଡ଼ା-ମାଓ ସ୍ଥିତି ସମୀକ୍ଷା କରିବା ସହ ଜିଲ୍ଲା ମୁଖ୍ୟାଳୟରେ ସମସ୍ତ ଅଧିକାରୀଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ ହେଲିକପ୍ଟର ଯୋଗେ ସ୍ଥାନୀୟ ଗୋତମା ଏୟରଷ୍ଟ୍ରିପରେ ପହଞ୍ଚି ଜିଲ୍ଲା ମୁଖ୍ୟାଳୟକୁ ଆସିଥିଲେ। ପରେ ପୁଲିସ ମୁଖ୍ୟାଳୟ ପରିସରରେ ନିର୍ମିତ ଏକ କୋଟି ଛତିଶ ଲକ୍ଷ ଟଙ୍କାରେ ନିର୍ମିତ ଜିଲ୍ଲା ଗୁଇନ୍ଦା ଏବଂ ଅପରେସନ କେନ୍ଦ୍ରର ଉଦଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ପଡୋଶୀ ଛତିଶଗଡ଼ ସୀମାନ୍ତରେ ରହିଥିବାରୁ ଆଗକୁ ଦୁଇ ରାଜ୍ୟ ମଧ୍ୟରେ ଜଏଣ୍ଟ ଟାସ୍କ ଫୋର୍ସ ଗଠନ କରାଯିବ। ସିଆରପିଏଫ୍, ଡିଭିଏଫ ଏସଓଜି ଓ କୋବା ଫୋର୍ସ ଛତିଶଗଡ଼ ସୀମାନ୍ତରେ ଥିବା ପୋଲିସ ଅଧିକାରୀମାନେ ଟିମରେ ରହିବେ ବୋଲି କହିଛନ୍ତି ପୁଲିସ ମହା ନିର୍ଦ୍ଦେଶକ ବଂଶଲ। ସେହିପରି ମାଓବାଦୀମାନେ ବର୍ତ୍ତମାନ ହିଂସା ଛାଡ଼ି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଆହ୍ଵାନ କରିଛନ୍ତି।

ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକଙ୍କ ସାଙ୍ଗରେ ଗୁଇନ୍ଦା ବିଭାଗ ମହନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ଅମିତାଭ ଠାକୁର , ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳାର ଆର କେ ଶର୍ମା ଏବଂ ଦକ୍ଷିଣ ପଶ୍ଚିମାଞ୍ଚଳ ରାଜେଶ ପଣ୍ଡିତ ପ୍ରମୁଖ ଯୋଗ ଦେଇଥିଲେ। ପରେ ସେ ମାଓ ପ୍ରବଣ ଅଞ୍ଚଳ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

Related Posts