ନୂଆଦିଲ୍ଲୀ: ଜତୀୟ ସଙ୍ଗୀତ ଜନ-ଗଣ-ମନ ଭଳି ବନ୍ଦେ ମାତରମ୍ କୁ ସମାନ ମର୍ଯ୍ୟାଦା ଦେବା ନେଇ ଦିଲ୍ଲୀ ହାଇକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣିବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହାଦ୍ବାରା ଦେଶବାସୀଙ୍କ ମନରେ ସମାନ ଧରଣର ଜାତୀୟତା ଭାବେ ଜାଗ୍ରତ ହେବ । ଜାତୀୟ ଗୀତକୁ ନେଇ ଗାଇଡଲାଇନ ଜାରି କରିବାକୁ କୋର୍ଟଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।
ଏହା ପୂର୍ବରୁ ଗୃହ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ ଓ ଆଇନ ମନ୍ତ୍ରଣାଳୟକୁ ନୋଟିସ୍ ଜାରି କରି ଜବାବ ତଲବ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହା ସହିତ ସ୍କୁଲ ଓ ଅନ୍ୟ ଶିକ୍ଷାନୁଷ୍ଠାନ ମାନଙ୍କରେ ପ୍ରତିଦିନ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନ କରିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କୁ ଜଣାଇଥିଲେ ।
୧୯୫୦ ଜାନୁଆରୀ ୨୪ ତାରିଖ ପାରିତ ପ୍ରସ୍ତାବ ଅନୁଯାୟୀ, ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତକୁ ସମାନ ମର୍ଯ୍ୟାଦା ଦେବା ନେଇ ଗାଇଡଲାଇନ ବ୍ୟବସ୍ଥା ହେବ । ଆବେଦନକାରୀ ଅଶ୍ବିନୀ କୁମାର ଉପାଧ୍ୟୟ କହିଛନ୍ତି, ଭାରତ ହେଉଛି ରାଜ୍ୟମାନଙ୍କର ସଂଘ । ଆମ ସମସ୍ତଙ୍କ ମନରେ ଜାତୀୟତା ଭାବ ଆସିବା ଦରକାର । ଏହା ଆମର ଦାୟିତ୍ବ ଯେ, ଜାତୀୟ ସଙ୍ଗୀତ ଭଳି ବନ୍ଦେ ମାତରମକୁ ସମାନ ମର୍ଯ୍ୟାଦା ଦେବା ଦାରକାର ।
ଜନ-ଗଣ-ମନ ସାଙ୍ଗୀତ ଓ ବନ୍ଦେ ମାତରମ୍ ଗୀତକୁ ସମ୍ବିଧାନରେ ସ୍ବତନ୍ତ୍ର ସ୍ଥାନ ଦିଆଯାଇଛି । ଜନ-ଗଣ-ମନରେ ରାଷ୍ଟ୍ରୀୟ ଭାବନା ଓ ବନ୍ଦେ ମାତରମରେ ଚରିତ୍ର, ଜୀବନ ଶୈଳି ଉପରେ ଆଧାରିତ । ତେଣୁ ସମସ୍ତ ଭାରତୀୟ ବନ୍ଦେ ମାତରମ ଗୀତକୁ ସମ୍ମାନ କରିବା ଦରକାର ବୋଲି ଆବେଦନକାରୀ କହିଛନ୍ତି ।
ବନ୍ଦେ ମାତରାମ ପୂରା ଦେଶର ଏକ ବିଚାର । ସ୍ବାଧୀନତା ଆନ୍ଦୋଳନରେ ଏହି ଗୀତ ଦେଶବାସୀଙ୍କ ମୁଖ୍ୟ ସ୍ବର ପାଲଟିଥିଲା । ପ୍ରତ୍ୟେକ ରାଲି ଓ ସଭାରେ ଏହାକୁ ସ୍ଲୋଗାନ୍ ଭାବେ ଆନ୍ଦୋଳନକାରୀ ବ୍ୟବହାର କରୁଥିଲେ । ଏଥିରେ ଭୟଭୀତ ହୋଇ ବ୍ରିଟିଶ ସରକାର ଏହାକୁ ମଧ୍ୟ ବ୍ୟାନ କରିଥିଲେ । ରବିନ୍ଦ୍ରନାଥ ଟାଗୋର 1896ରେ ଏହି ଗୀତକୁ କଂଗ୍ରେସର କଲିକତା ଅଧିବେଶନରେ ଗାନ କରିଥିଲେ । ତେଣୁ ଏହାକୁ ସମାନ ମର୍ଯ୍ୟାଦା ଦିଆଯିବା ଦରକାର।