ନୂଆଦିଲ୍ଲୀ : ରାଜନୈତିକ ଦଳମାନେ ଦେଶରେ ଅନୁଷ୍ଠିତ ହେଉଥିବା ନିର୍ବାଚନରେ ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ଏଥିପାଇଁ ରାଜନୈତିକ ଦଳମାନେ କର୍ପୋରେଟ ଡୋନେସନ, ରାଜନୈତିକ ଚାନ୍ଦା ଓ ଫିକ୍ସ ଡିପୋଜିଟ ବ୍ୟତୀତ ଅନ୍ୟ ସ୍ରୋତରୁ ଅର୍ଥ ସଂଗ୍ରହ କରି ନିଜ ନିଜ ପାର୍ଟି କୁ ସୃଢୁଡ଼ କରିବା ପାଇଁ ଲାଗିଛନ୍ତି । ବିଜେପି, କଂଗ୍ରେସ ସମେତ ଦେଶର ରାଜନୈତିକ ପାର୍ଟିଙ୍କ ନିକଟରେ କୋଟି କୋଟି ଟଙ୍କାର ପାଣ୍ଠି ରହିଛି।
ତେବେ ଏଥିରେ ଆସନ୍ତୁ ଜାଣିବା କେଉଁ ପାର୍ଟିର ପାଣ୍ଠି କେତେ ଅଧିକ। ଦେଶର ସବୁଠୁ ଧନୀ ଦଳ କିଏ?
ଏଡିଆର ରିପୋର୍ଟ ଅନୁସାରେ ଦେଶର ମୋଟ ୪୮ଟି ରାଜନୈତିକ ଦଳଙ୍କ ନିକଟରେ ମୋଟ ୭,୩୭୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ଏଥିରେ ୭ଟି ଜାତୀୟ ଦଳ ଥିବା ବେଲେ ୪୧ଟି ଆଞ୍ଚଳିକ ଦଳ ଅଛନ୍ତି। ୭ ଜାତୀୟ ଦଳଙ୍କ ନିକଟରେ ମୋଟ ୫୩୪୯.୨୫ କୋଟି ଟଙ୍କାର ପୁଞ୍ଜି ଥିବା ବେଳେ ୭ ଆଞ୍ଚଳିକ ରାଜନୈତିକ ଦଳଙ୍କ ନିକଟରେ ୨୦୨୩.୭୧ କୋଟି ଟଙ୍କାର ଜମା ପୁଞ୍ଜି ରହିଛି।
ଏଥିରେ ଟପ୍ ୩ ଧନୀ ଦଳଙ୍କ ମଧ୍ୟରେ ବିଜେପି, କଂଗ୍ରେସ ଓ ବହୁଜନ ସମାଜ ପାର୍ଟି (ବସପା) ରହିଛନ୍ତି। ବିଜେପି ନିକଟରେ ମୋଟ ୨୯୦୪.୧୮ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ କଂଗ୍ରେସ ନିକଟରେ ୯୨୮.୮୪ କୋଟି ଓ ବସପା ନିକଟରେ ୭୩୮ କୋଟି ଟଙ୍କାର ସମ୍ପତ୍ତି ରହିଛି।
ଏଥିରୁ ବିଜେପି ନିକଟରେ ସର୍ବାଧିକ ୨୮୬୬.୭୧୭ କୋଟି ଟଙ୍କାର ଫିକ୍ସ ଡିପୋଜିଟ ଥିବା ବେଳେ କଂଗ୍ରେସର ୮୫୦.୪୨୬ ଓ ବସପାର ୭୩୫.୭୭ କୋଟି ଟଙ୍କାର ଅବଧି ଜମା ରହିଛି। ରାଜନୈତିକ ପାର୍ଟିମାନଙ୍କର ଅବଧି ଜମା ବ୍ୟାଙ୍କମାନଙ୍କରେ ଫିକ୍ସ ଡିପୋଜିଟ ଅଥବା ଅନ୍ୟ ଦୀର୍ଘକାଳୀକ ନିବେଶ ଆକାରରେ ରହିଛି।
ଏଥିରେ ଅନ୍ୟ ପାର୍ଟି ମାନଙ୍କର ଧନକୁ ହିସାହବକୁ ନିଆଗଲେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ନିକଟରେ ୫୭୨.୨୧ କୋଟି ଟଙ୍କାର ପାଣ୍ଠି ଥିବା ବେଳେ ପଛକୁ ଓଡିଶାର ବିଜୁ ଜନତା ଦଳ ରହିଛି। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ ନିକଟରେ ୨୩୨.୨୭ କୋଟିର ପାଣ୍ଠି ରହିଛି। ସେହିପରି ପଲାନୀସ୍ୱାମୀଙ୍କ ପାର୍ଟି ଏଆଇଡିଏମକେର ମୋଟ ପାଣ୍ଠିର ପରିମାଣ ୨୦୬.୭୫ କୋଟି ଟଙ୍କା।
ତେବେ ସବୁଠୁ କମ୍ ପୁଞ୍ଜିର ରାଜନୈତିକ ଦଳ ଭାବେ ଶରଦ ପାୱାରଙ୍କ ପାର୍ଟି ଏନସିପି ଓ ବାମ ଦଳ ରହିଛନ୍ତି। ଏନସିପିପ ମୋଟ ପାଣ୍ଠିର ପରିମାଣ ୩୧.୦୫ କୋଟି ହୋଇଥିବା ବେଳେ ସିପିଆଇ ମୋଟ ସମ୍ପତ୍ତିର ପରିମାଣ ୨୪.୮୭ କୋଟି ଟଙ୍କା ଦର୍ଶାଇଛି। ଏଥିରୁ ଦେଶରେ ଏବେ ଶାସକ ବିଜେପି ଏବେ ସବୁଠୁ ଧନୀ ଦଳ ଭାବେ ପରିଗଣିତ ହେଉଛି ।





