ଗିରଫ ବିଧାୟକ ଅସୁସ୍ଥ, ମେଡିକାଲରେ ଭର୍ତ୍ତୀ

ସତ୍ୟପାଠ ବ୍ୟୁରୋ : ବିଗିଡିଲା ବିଧାୟକଙ୍କ ସ୍ୱାସ୍ଥାବସ୍ଥା । ଗିରଫ ହୋଇ ଜେଲରେ ଗୋଟିଏ ରାତି ବିତାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି ।

ତାଙ୍କ ଦେହରେ ଜ୍ୱର ନାହିଁ କି ବିଶେଷ କିଛି ଅସୁବିଧା ନାହିଁ । ତାଙ୍କ ସ୍ୱାସ୍ଥାବସ୍ଥା ସ୍ଥିର ଅଛି । ବୁଧବାର ଦୁଇଟି ଟେଷ୍ଟ କରାଯିବା ପରେ ତାଙ୍କୁ ରଖାଯିବ କି ଛଡାଯିବା ତାହା କୁହାଯାଇପାରିବ ବୋଲି ଡାକ୍ତର କହିଛନ୍ତି ।

ତେବେ ଗିରଫ ହୋଇ ଜେଲ ଯିବା ସମୟରେ କିମ୍ବା ଜେଲରେ ଗୋଟିଏ ଦୁଇଟି ରାତି କାଟିବା ପରେ ନେତାଙ୍କ ଦେହ ଖରାପ ହେବା ଯେମିତି ଏକ ପ୍ରକ୍ରିୟାରେ ପରିଣତ ହୋଇଗଲାଣି । ପ୍ରଭାତ ବିଶ୍ୱାଳଙ୍କ ଠାରୁ ନେଇ ପ୍ରଦୀପ ମହାରଥୀଙ୍କ ଯାଏ ସମସ୍ତଙ୍କ କ୍ଷେତ୍ରରେ ଗିରଫ ହେବା ପରେ ଦେହ ଖରାପ ହୋଇଛି । ହୋଇପାରେ ଏହା ସେମାନଙ୍କ ସହ ସତରେ ଘଟୁଥାଇପାରେ କିନ୍ତୁ ସାଧାରଣରେ ଏହା ଏକ ଖରାପ ଭାବନା ଯେ, ନେତା ଆରେଷ୍ଟ ହେଲେ ଜେଲରେ ନୁହେଁ ମେଡିକାଲରେ ରହିବାକୁ ପସନ୍ଦ କରନ୍ତି ।

Related Posts