୨୦୨୩ ପୁରୁଷ ହକି ବିଶ୍ୱକପ ପ୍ରସ୍ତୁତି: ଭୁବନେଶ୍ୱର ଓ ରାଉରକେଲାରେ ଗଡି଼ବ ୪୦ଟି ନୂଆ ଏସି ଡିଲକ୍ସ ବସ୍‌

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୩ ପୁରୁଷ ହକି ବିଶ୍ୱକପ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି । ଭୁବନେଶ୍ୱର ଓ ରାଉରକେଲାରେ ସ୍ଵତନ୍ତ୍ର ଭାବେ ଗଡି଼ବ ୪୦ଟି ନୂଆ ଏସି ଡିଲକ୍ସ ବସ୍‌ । ଏହି ବସ୍‌ କିଣିବା ପାଇଁ ପ୍ରାୟ ୨୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ବ୍ୟୟ ବରାଦ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକାଉଣ୍ଟ ଜେନେରାଲଙ୍କ ଆବେଦନ କରାଯାଇଛି ।

ରାଜ୍ୟ ସରକାରଙ୍କ ସୂଚନା ମୁତାବକ, ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆର୍‌ଟିସି) ଅଧୀନରେ ଏହି ସରକାରୀ ବସ୍‌ ପରିଚାଳନା ହେବ। ୪୦ଟି ବସ୍‌ କିଣାଯିବା ମୋଟ ୨୬ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଖୁବ୍‌ ଶୀଘ୍ର ବସ୍‌ କିଣାଯିବା ପ୍ରକ୍ରିୟା ଆରମ୍ଭ ହେବ । ଅଧିକାଂଶ ବସ୍‌ ସମସ୍ତ ପ୍ରତିଯୋଗୀ ଦେଶର ଖେଳାଳି ଓ ସେମାନଙ୍କ ଅଫିସିଆଲ୍‌ କର୍ମଚାରୀଙ୍କୁ ନେବା ଆଣିବା କରିବ । ବିଶେଷକରି, ଝାରସୁଗୁଡ଼ା ବିମାନବନ୍ଦରରୁ ଷ୍ଟାଡିୟମ ଓ ହୋଟେଲ ଯାଏ ଏସବୁ ବସ୍‌ ଗଡି଼ବ । ସେହିପରି ଭୁବନେଶ୍ୱର ସମେତ ଅନ୍ୟ ବଡ଼ ସହରରୁ ଦର୍ଶକଙ୍କୁ ରାଉରକେଲା ଆଣିବାକୁ ବସ୍‌ଗୁଡି଼କୁ ନିୟୋଜିତ କରାଯିବ ।

Related Posts