ଅନୁଗୁଳ : ଗତ ୨୬ ତାରିଖରେ ତାଳଚେର CASI ଓକିଲ ମାନଙ୍କ ନାଁରେ ଲଗାଇଥିବା ମିଥ୍ୟା ମକଦମା ପ୍ରତ୍ୟାହାର ଦାବିରେ ଆଜି ତାଳଚେର ଉପଖଣ୍ଡ ଏବଂ ପାଲଲହଡ଼ା ଉପଖଣ୍ଡ ୧୨ ଘଣ୍ଟିଆ ବନ୍ଦ। ତାଳଚେର ଓକିଲ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ସନ୍ଧ୍ୟା ୬ଟା ଯାଏ ଚାଲିବ ।
ଗତ ୨୬ ତାରିଖରେ ତାଳଚେର CASI ଓକିଲ ମାନଙ୍କ ନାଁରେ ଲଗାଇଥିବା ମିଥ୍ୟା ମକଦମା ପ୍ରତ୍ୟାହାର ଦାବିରେ ଏହି ବନ୍ଦ ପାଳନ ହେଉଛି। ଯଦି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ ସେଥିପାଇଁ ଅନୁଗୋଳ ଏସ.ପି ଏବଂ ଜିଲ୍ଲା ପ୍ରଶାସନ ଦାୟି ରହିବେ ବୋଲି କହିଛନ୍ତି ତାଳଚେର ଓକିଲ ସଂଘ।
ଓକିଲ ମାନଙ୍କ ନାଁରେ ଲାଗିଥିବା ଦଫା ପ୍ରତ୍ୟାହାର ଏବଂ ତାଳଚେର ସିଏଏସଆଇଙ୍କୁ ନିଲମ୍ବନ କରିବାକୁ ଦାବି କରାଯାଇଛି। ସେପଟେ ଓକିଲ ସଂଘ ପକ୍ଷରୁ ଅନେକ ସ୍ଥାନରେ ପ୍ରତିବାଦ ଜାରୀ ରହିଥିବା ଦେଖିବାକୁ ମିଳିଛି।