ଉଚିତ୍ ଦରମା ଦାବିରେ ଧାରଣାକୁ ଓହ୍ଲାଇବେ ବ୍ରିଟେନର ୧୦ ହଜାର ନର୍ସ

ନୂଆଦିଲ୍ଲୀ: ବ୍ରିଟେନରେ ଆର୍ଥିକ ପରିସ୍ଥିତି ଏବେ ଭୟଙ୍କର ସ୍ଥିତି ମଧ୍ୟରେ ଗତି କରୁଛି । ତା ସାଙ୍ଗକୁ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଏହାରି ମଧ୍ୟରେ ଦେଶର ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଞ୍ଚିବା ବେଳେ ଦୈନନ୍ଦିନ ଜୀବନରେ ବ୍ୟବହାର ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି । ଏହାରି ଭିତରେ ଉଚିତ ଦରମା ଦାବିରେ ବ୍ରିଟେନର ୧୦ ହଜାର ନର୍ସ ଧାରଣାକୁ ଓହ୍ଲାଇବାକୁ ଯାଉଛନ୍ତି । ତେବେ ବ୍ରିଟେନ ଇତିହାସରେ ଏହିପରି ଘଟଣା ପ୍ରଥମ ବୋଲି କୁହାଯାଉଛି ।

ରୟାଲ କଲେଜ ଅଫ୍ ନର୍ସିଂ ଏହି ଘୋଷଣା କରି କହିଛି, ସାରା ଦେଶରେ ସରକାରଙ୍କ ଦ୍ୱାରା ପରିଚାଳିତ ଜାତୀୟ ସ୍ୱାସ୍ଥ୍ୟ ସେବା(ଏନଏଚଏସ) ଅଧିନରେ ନିଯୁକ୍ତ ନର୍ସ ଏହି ପଦକ୍ଷେପ ଉପରେ ସହମତି ପ୍ରକାଶ କରିଛନ୍ତି । ମତାମତ ଲୋଡାଯିବା ପରେ ରୟାଲ କଲେଜ ଅଫ୍ ନର୍ସିଂ କହିଛି, ଚଳିତ ବର୍ଷ ଶେଷ ସୁଦ୍ଧା ପଦକ୍ଷେପ ଗ୍ରହଣ କରାଯିବ ।

ଆରସିଏନ ସାଧାରଣ ସମ୍ପାଦକ ପାଟ କୁଲେନ କହିଛନ୍ତି, କ୍ରୋଧ ଏବେ ପଦକ୍ଷେପର ରୂପ ନେଇଛି। ସହିବାର ସବୁ ସୀମା ଟପିଥିବା ଆମ ସଦସ୍ୟମାନେ କହିଛନ୍ତି । ରୟାଲ କଲେଜ ଅଫ୍ ନର୍ସିଂ ଅନୁସାରେ, ଗତ ୧୦ ବର୍ଷରେ ନର୍ସମାନଙ୍କ ଦରମା ୨୦ ପ୍ରତିଶତ ହ୍ରାସ ହୋଇଛି । ଯାହା ସେମାନଙ୍କ ଜୀବନ ଯାପନକୁ ପ୍ରଭାବିତ କରିଛି । ପରିବାରକୁ ଆର୍ଥିକ ରୂପେ ସହଯୋଗ କରିବାରେ ସେମାନେ ବିଫଳ ହେଉଛନ୍ତି । ଦରବୃଦ୍ଧି ସମୟରେ ଦରମା ୫ ପ୍ରତିଶତ ବଢାଇବା ପାଇଁ ସଂଘ ଦାବି କରିଛି

Related Posts