ମାତା ସୀତାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଲେ ଡ. ବିକାଶ ଦିବ୍ୟକିର୍ତ୍ତୀ; ସୋଶାଲ ମିଡିଆରୁ ବ୍ୟାନ୍‌ ଦାବି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ଲୋକପ୍ରିୟ ଶିକ୍ଷକମାନଙ୍କ ମଧ୍ୟରେ ଜଣାଶୁଣା ଡକ୍ଟର ବିକାଶ ଦିବ୍ୟକିର୍ତ୍ତୀଙ୍କ ମନ୍ତବ୍ୟକୁ ନେଇ ବିବାଦ ଉପୁଜିଛି। ଏପରିକି ଆଇଏଏସ୍‌ ଛାତ୍ରଛାତ୍ରୀଙ୍କୁ କୋଚିଂ ଦେଉଥିବା ତାଙ୍କ ସଂସ୍ଥା ‘ଦୃଷ୍ଟି’କୁ ସୋଶାଲ ମିଡିଆରୁ ବ୍ୟାନ୍‌ କରିବାକୁ ଦାବି ଜୋର ଧରିଛି। ଅଭିଯୋଗ ହୋଇଛି ଯେ ବିକାଶ ଦିବ୍ୟାକିର୍ତ୍ତୀ ନିଜ କ୍ଲାସ ପଢ଼ାଉଥିବା ସମୟରେ ମାତା ସୀତାଙ୍କୁ ଅପମାନିତ କରିଛନ୍ତି।

ଆରଏସଏସ ନେତା ସାଧ୍ୱୀ ପ୍ରୀତି #BanDrishtiIAS ଲେଖିବା ସହ ତାଙ୍କୁ ବୟକଟ କରିବାକୁ ଦାବି କରି ଏକ ଭିଡିଓ ଶେଆର କରିଛନ୍ତି। କାରଣ ତାଙ୍କ ବକ୍ତବ୍ୟ ହିନ୍ଦୁ ଧର୍ମାବଲମ୍ବୀଙ୍କ ଭାବନାକୁ କୁଠାରଘାତ କରିଥିବା ସେ ଅଭିଯୋଗ ଆଣିଛନ୍ତି।

ସାଧ୍ୱୀ ପ୍ରୀତିଙ୍କ ଦ୍ୱାରା ଶେଆର ହୋଇଥିବା ଭିଡିଓରେ ବିକାଶ ଜଣେ ସଂସ୍କୃତ ଲେଖକଙ୍କ ପକ୍ତିଂକୁ ଉଦ୍ଧୃତ କରି କହିଛନ୍ତି, ‘ସୀତା ଯଦି ତୁମେ ଭାବୁଛ, ମୁଁ ତୁମ ପାଇଁ ଯୁଦ୍ଧ କରିବାକୁ ଯାଇଥିଲି, ତାହେଲେ ଏହା ତୁରମ ଭୁଲ୍‌ ବୁଝାମଣା । ମୁଁ ଯୁଦ୍ଧ ତୁମ ପାଇଁ ଲଢ଼ୁ ନ ଥିଲି, ଏହା ମୁଁ ମୋ କୁଳ ସମାଜ ପାଇଁ ଲଢ଼ିଥିଲି।’

ଏହାପରେ ସୀତାଙ୍କ ବିଷୟରେ କହିବାକୁ ଯାଇ ଦିବ୍ୟକିର୍ତ୍ତୀ କହିଛନ୍ତି, କୁକୁର ଚାଟିବା ପରେ ଘିଅ ଯେପରି ଭୋଜନ ଯୋଗ୍ୟ ରୁହେ ନାହିଁ, ସେହିପରି ତୁମେ ଆଉ ମୋ’ ଯୋଗ୍ୟ ହୋଇ ରହି ନାହଁ । ମାତା ସୀତାଙ୍କ ପ୍ରତି ଏପରି ଆକ୍ଷେପକୁ ନେଇ ଏବେ ବିବାଦ ତେଜିବାରେ ଲାଗିଛି। ଏହାସହିତ ତାଙ୍କୁ ସୋସିଆଲ ମିଡିଆରୁ ଵ୍ୟାନ କରିବାକୁ ଦାବି ଉଠିଛି।

ସୂଚନାଯୋଗ୍ୟ ଯେ, ଡକ୍ଟର ବିକାଶ ଦିବ୍ୟକିର୍ତ୍ତୀଙ୍କ ପିତାମାତା ହିନ୍ଦୀ ପ୍ରଫେସର ଥିବା ବେଳେ ହିନ୍ଦୀ ଭାଷା ପ୍ରତି ତାଙ୍କର ଅହେତୁକ ଆକର୍ଷଣ ଥିଲା। ସେ ଜଣେ ଭଲ ଛାତ୍ର ଥିବା ବେଳେ ପ୍ରଥମ ପ୍ରୟାସରେ ୧୯୯୬ ମସିହାରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଜଣେ ଆଇଏଏସ୍ ଅଧିକାରୀ ଭାବେ ଗୃହ ମନ୍ତ୍ରାଳୟରେ ତାଙ୍କ ପୋଷ୍ଟିଂ କରାଯାଇଥିଲା। ଏହା ପୂର୍ବରୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଶିକ୍ଷକ ଭାବରେ ସେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।

ତେବେ ଆଇଏଏସ୍‌ ଚାକିରି ପାଇଥିଲେ ମଧ୍ୟ ସେ ଏଥିପ୍ରତି ଲାଳାୟିତ ନ ଥିଲେ। ତାଙ୍କର ଆଗ୍ରହ କେବଳ ଶିକ୍ଷାଦାନ ଏବଂ ଲେଖାରେ ରହିଥିଲା । ତେଣୁ ମାତ୍ର ଗୋଟିଏ ବର୍ଷ ଚାକିରି ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ୧୯୯୯ରେ ଡକ୍ଟର ବିକାଶ ଦୃଷ୍ଟି ଆଇଏଏସ୍ ନାମକ କୋଚିଂ ପ୍ରତିଷ୍ଠାନର ମୂଳଦୁଆ ପକାଇଲେ, ଯାହା ଆଜି ସାରା ଦେଶରେ ପ୍ରସିଦ୍ଧ। ଏବେ ଏହାକୁ ନେଇ ବିବାଦ ତେଜିଥିବା ବେଳେ ଦୃଷ୍ଟି ଆଇଏଏସ୍ ବନ୍ଦ୍ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Related Posts