ଏକ ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ବିପାଶା ବସୁ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ବିପାଶା ବସୁ ଙ୍କ ଘରକୁ ଆସିଲା ଖୁସ ଖବର । ବିପାଶା ଓ କରଣ ସିଂହ ଗ୍ରୋଭର ଏକ ଶିଶୁ କନ୍ୟାର ବାପାମାଆ ବନିଛନ୍ତି। ରିପୋର୍ଟ ଅନୁସରରେ ୪୩ ବର୍ଷ ବୟସ‌ରେ ବିପାଶା ତାଙ୍କର ପ୍ରଥମ କୁନି ପରୀକୁ ଜନ୍ମ ଦେଇଛନ୍ତି।

ବିପାଶା ଓ କରଣଙ୍କ ପିଲା ବନିବା କଥା ସାମ୍ନାକୁ ଆସିବା ପରେ ପରେ ହିଁ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି କୁନି ପରୀଟି ଆସିବା ପରେ ବିପାଶା ଓ କରଣଙ୍କ ପରିବାର ସଂପୂର୍ଣ୍ଣ ହେବା ସହ ସେମାନଙ୍କ ଘରେ ଖୁସିରେ ଭରି ଯାଇଛି।

ମାଅ‌ା ‌ହେବ‌େ ବୋଲି ଜାଣିବା ପରେ ବିପାଶା ତାଙ୍କର ଫ୍ୟାନ୍ସମାନଙ୍କ ସହ ଟିକ୍‌ନିକ୍‌ କଥା ସବୁ ସେୟାର କରୁଥିଲେ। ଏପରିକି ସେ ନିଜର ବେବି ବମ୍ପ୍‌ ଦେଖାଇ କରିଥିବା ଫଟୋସୁଟ୍‌କୁ ବି ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ।

ବଲିଉଡର ଲୋକପ୍ରିୟ ଦମ୍ପତି ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ବିବାହକୁ ୬ ବର୍ଷ ପୂରିବା ପରେ ସେମାନେ ବାପାମାଆ ବନିଛନ୍ତି। ଏହି ଦମ୍ପତି ୨୦୧୬ମସିହାରେ ବିବାହ କରିଥିଲେ। ସେବେଠାରୁ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର କେବେ ପିତାମାତା ହେବେ, ସେହି ଦିନକୁ ତାଙ୍କ ପ୍ରଶଂସକମାନେ ଅପେକ୍ଷା କରିଥିଲେ। ବର୍ତ୍ତମାନ ବିବାହର ୬ବର୍ଷ ପରେ, ଏହି ଦମ୍ପତି ପ୍ରଥମ ଥର ପାଇଁ ପିତାମାତା ବନିଛନ୍ତି।

ଉଲ୍ଲେଖଯୋଗ୍ୟ, ବିପାଶା ବସୁଙ୍କ ସହ ଏହା କରଣ ସିଂ ଗ୍ରୋଭରଙ୍କ ତୃତୀୟ ବିବାହ। ଦୁହେଁ ପ୍ରଥମେ ଭୂଷଣ ପଟେଲଙ୍କ ଚଳଚ୍ଚିତ୍ର ‘ଏଲୋନ’ରେ ଏକାଠି କାମ କରିଥିଲେ। ଏହି ଚଳଚ୍ଚିତ୍ର ୨୦୧୫ମସିହାରେ ରିଲିଜ ହୋଇଥିବା ବେଳେ ଏହା ପରେ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପରସ୍ପରର ଅତି ନିକଟତର ହୋଇଥିଲେ। ପ୍ରାୟ ଏକ ବର୍ଷ ଧରି ପରସ୍ପରକୁ ଡେଟ କରିବା ପରେ ଦୁହେଁ ୨୦୧୬ ମସିହାରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଦୁଇଜଣଙ୍କର ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ଥିଲା। ପରିବାର ସଦସ୍ୟଙ୍କ ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭରଙ୍କ ବିବାହରେ ସାମିଲ ହୋଇଥିଲେ

Related Posts